ଜୟପୁର ବିକ୍ରମଦେବ କଲେଜ ହେଲା ୟୁନିଭର୍ସିଟି
ଜୟପୁର ବିକ୍ରମଦେବ କଲେଜ ହେଲା ୟୁନିଭର୍ସିଟି । ସ୍ୱୟଂ ଶାସିତ କଲେଜରୁ ବିଶ୍ୱବିଦ୍ୟାଳୟକୁ ଉନ୍ନୀତ ହେଲା । ବିକ୍ରମଦେବ ୟୁନିଭର୍ସିଟିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ।

ବିକ୍ରମ ଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ଏହି ମହାବିଦ୍ୟାଳୟରେ ଏବେ ୧୬ଟି ପୋଷ୍ଟ ଗ୍ରାଜୁଏଟ୍ ପ୍ରୋଗ୍ରାମ୍, ୧୭ଟି ଅଣ୍ତରଗ୍ରାଜୁଏଟ୍ ପ୍ରୋଗ୍ରାମ୍, ବିବିଏ, ବିସିଏ ଏବଂ ବିଏଡ୍ ପାଠ୍ୟକ୍ରମ ଜାରି ରହିଛି ।
ବର୍ତ୍ତମାନ ୪ ହଜାର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି । ଜୟପୁର ବିକ୍ରମଦେବ କଲେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ କୋରାପୁଟ , ରାୟଗଡା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହାଜର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ଦକ୍ଷିଣ ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ ଉଲ୍ଲେଖେନୀୟ ପଦକ୍ଷପ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।












Click it and Unblock the Notifications