ରାଜ୍ୟର ୩୧୪ ବ୍ଲକ୍‌ରେ ବୁଲିବ ବିକାଶ ବାହାନ, ଲୋକଙ୍କୁ ବିଭିନ୍ନ ଯୋଜନା ସମ୍ବନ୍ଧରେ କରାଯିବ ଅବଗତ

ରାଜ୍ୟ ସ୍ତରୀୟ ବିକାଶ ବାହାନର ହେଲା ଶୁଭାରମ୍ଭ। ଆଜିଠୁ ଜୁନ୍ ୨୧ ଯାଏଁ ଗଡ଼ିବ ବିକାଶ ବାହାନ। ଏହାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ କଲେ ସଚେତନ।

mohan majhi

ବିଭିନ୍ନ ଯୋଜନା ସମ୍ବନ୍ଧରେ କରାଯିବ ଅବଗତ। ଏହି କାର୍ଯ୍ୟକ୍ରମଟି ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଚାଲିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୩୧୪ଟି ବ୍ଲକରେ ଏହି ବିକାଶ ବାହାନ ବୁଲିବ। ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବି ଗଡ଼ିବ।

ସେ କହିଛନ୍ତି ଯେ, ୨୫ ପ୍ରତିଶ୍ରୁତି ଦେଇଥିଲେ, ୧୧ଟି ପୂରଣ କରିଛନ୍ତି। ୨ ଲକ୍ଷ ୯୦ ହଜାର କୋଟିରେ ପହଞ୍ଚିଛି ବଜେଟ୍‌। ପ୍ରତ୍ୟେକ ବର୍ଗଙ୍କୁ ସୁହାଇବାକୁ ଯୋଜନା ହେଉଛି। ନିଜସ୍ୱ ଢଙ୍ଗରେ ଲକ୍ଷ୍ୟ ପୂରଣ କରୁଛନ୍ତି ସରକାର। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନକୁ ଫୋକସ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବର୍ଷକ ଭିତରେ ରାଜ୍ୟ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ । ସରକାରଙ୍କ କେତେକ ପ୍ରମୁଖ ସଫଳତା ଏବଂ ପଦକ୍ଷେପ ଯେମିତି 'ବିକାଶ ଗାଁ ବିକାଶିତ ଓଡିଶା' 'ସୁଭଦ୍ରା ଯୋଜନା', 'ଆଣ୍ଟୋଦୟ ଗ୍ରୁହା ଯୋଜନା', ଆଦିବାସୀ ଏବଂ ଏସସି କଲ୍ୟାଣ, ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ବିଭିନ୍ନ କ୍ରୀଡ଼ାର ପ୍ରୋତ୍ସାହନ, କୃଷି ପାଇଁ ସବସିଡି, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନୀତି -2020, ଗୋଦାବରୀଶା ମିଶ୍ର ଆଦର୍ଶ ବିଦ୍ୟାଲୟ ଯୋଜନା, ଶିଶୁ ବାଟିକା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଜଣାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+