ଶ୍ରୀମନ୍ଦିରରେ ବିଜୟାଦଶମୀ ନୀତକାନ୍ତି: ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଆଜି ଶ୍ରୀମନ୍ଦିରରେ ବିଜୟାଦଶମୀ ତଥା ଦଶହରା ପର୍ବ । ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । କିରିଟି , ଚୁଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୂଜ, ଶ୍ରୀପୟର ଓ ଘାଗଡ଼ା ମାଳି ଆଦି ସ୍ବର୍ଣ୍ଣଅଳଙ୍କାରରେ ବିଭୂଷିତ ହୋଇଛନ୍ତି ଜଗତ ଠାକୁର । ଶ୍ରୀମନ୍ଦିରରେ ଅବକାଶ ନିତୀ ପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି । ସେପଟେ ଦଶହରା ଅବସରରେ ମା ବିମଳାଙ୍କ ପ୍ରତିନିଧି ଭାବେ ପୂଜା ପାଉଥିବା ମା କାକୁଡ଼ିଖାଇଙ୍କ ଆଜି ରାତିରେ ବିସର୍ଜନ ସହ ଆସନ୍ତାକାଲି ଅନ୍ୟ ସମସ୍ତ ଗୋଷାଣୀ ମାନଙ୍କର ବିସର୍ଜନ ଅନୁଷ୍ଠିତ ହେବ ।

SHREE MANDIR

୧୨ମାସରେ ୧୩ପର୍ବ ପାଳନ ହେଉଥିବା ଶ୍ରୀମନନ୍ଦିରରେ ଅନୁଷ୍ଠିତ ହେବ ସୁନାବେଶ ବା ରାଜରାଜଶ୍ୱେର ବେଶ । ଭକ୍ତଙ୍କୁ ରାଜରାଜଶ୍ୱେର ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏହି ବେଶକୁ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିବ ।

ସୂଚନା ଅନୁସାରେ କିରିଟି, ଚୁଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୂଜ, ଶ୍ରୀପୟର ଓ ଘାଗଡା ମାଳି ଆଦି ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ବ୍ରହ୍ମାଣ୍ଡ ଠାକୁର । ସକାଳ ଧୂପ ପରେ ଆୟୁଧ ମାନଙ୍କର ମାଜଣା ପୂଜା ସରିବା ପରେ ମହାପ୍ରଭୁ ଆୟପଧ ଧାରଣ କରିବେ । ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+