ଆଜି ବିଜୟାଦଶମୀ: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ
ପୁରୀ: ଆଜି ବିଜୟାଦଶମୀ । ଆଜି ଅବକାଶ ନୀତି ପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ରାଜରାଜେଶ୍ୱର ବେଶରେ ଆଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ମହାପ୍ରଭୁଙ୍କ ୫ଟି ସୁନାବେଶରୁ ଶ୍ରୀମନ୍ଦିରରେ ୪ଟି ଓ ରଥ ଉପରେ ଗୋଟିଏ ସୁନାବେଶ ଅନୁଷ୍ଠିତ ହୋଇଥାଏ ।

ଶ୍ରୀଜିଉମାନଙ୍କୁ ମନ୍ଦିର ଭିତରେ ୫ ଥର ସୁନାବେଶ କରାଯାଇଥାଏ। ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ମଧ୍ୟ ମହାପ୍ରଭୁଙ୍କୁ ସୁନାବେଶ କରାଯାଏ। ସୁନାବେଶକୁ 'ବଡ଼ତଡ଼ାଉ' ବେଶ ମଧ୍ୟ କହିଥାନ୍ତି। ଇତିହାସ କହିଥାଏ, ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରଥମେ ଶ୍ରୀଜିଉମାନଙ୍କୁ ସୁନାବେଶ କରାଯାଇଥିଲା। ରଥ ଉପରେ ମଧ୍ୟାହ୍ନ ଧୂପପରେ ସୁନାବେଶ ହୋଇଥାଏ।
ଏହି ଦିନ ଠାକୁରଙ୍କୁ ସନ୍ଧ୍ୟା ଆଳତି ଓ ସନ୍ଧ୍ୟାଧୂପ ରଥ ଉପରେ ଅନୁଷ୍ଠିତ ହୋଇଥାଏ। ଅତୀତରେ ସର୍ବାଧିକ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନଙ୍କୁ ସୁନାରେ ବେଶ କରାଯାଇଥାଏ ।












Click it and Unblock the Notifications