ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ୫ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଟିପତି କିରାଣୀ ସୁବ୍ରତ ବେହେରାଙ୍କ ଘରେ ରେଡ୍ । ସୁସୁଡା ସ୍ଥିତ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ । ଗତକଲି ସୁବ୍ରତଙ୍କ ମାରାଥନ୍ ଜେରା ପରେ ଛଡାଯାଇଥିଲା । ଆଜି ୩ଟି ଟିମ୍ ରେଡ୍ କରୁଛନ୍ତି । ନିଜ ଦରମା ବଢ଼ାଇ ରାଜକୋଷରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ ସୁବ୍ରତ । ଏହାସହ ଅନେକ ଡାକ୍ତରଙ୍କୁ ବି ଚୁନା ଲଗାଇଛନ୍ତି । ହସ୍ପିଟାଲ ପକ୍ଷରୁ ମାମଲା ରୁଜୁ ହେବା ପରେ ସୁବ୍ରତ ଫେରାର ହୋଇଯାଇଥିଲେ । ଏହାପରେ ଭିଜିଲାନ୍ସରେ ମାମଲା ଦାଖଲ କରିଥିଲା ସ୍ଵାସ୍ଥ୍ୟ ବିଭାଗ । ଦୀର୍ଘ ସାଢ଼େ ୩ ମାସ ପରେ ସୁବ୍ରତଙ୍କୁ ଧରିଛି ଭିଜିଲାନ୍ସ । HRMS ପୋର୍ଟାଲ ମାଧ୍ୟମରେ ନିଜ ଦରମା ଅହେତୁକ ବୃଦ୍ଧି କରି ଲୁଟୁଥିବା ଅଭିଯୋଗ ହୋଇଛି ।

Vigilance
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+