ତହସିଲ୍ଦାରଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ ; ନଗଦ ୨ ଲକ୍ଷ ଟଙ୍କା ସହ, ୨ଟି ବହୁତଳ କୋଠା ଠାବ
କଟକ ଜିଲା କଣ୍ଟାପଡ଼ା ତହସିଲଦାରଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ ଟିମ୍ । ଚଢ଼ାଉ ସମୟରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ୨ଟି ବହୁତଳ କୋଠା ସହିତ ୭ଟି ଦାମୀ ପ୍ଲଟ ଜବତ କରାଯାଇଛି। ଭୁବନେଶ୍ୱର କେଶୁରାରେ ତାଙ୍କର ୨ଟି ୩ ମହଲା କୋଠା ରହିଛି।
ଅନ୍ୟପକ୍ଷେ -ତହସିଲଦାରଙ୍କ ଭୁବନେଶ୍ବରରେ ୭ଟି ଦାମୀ ପ୍ଲଟ ରହିଛି। ରେଡ ବେଳେ ଘରୁ ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ ହୋଇଛି। ତେବେ ବ୍ୟାଙ୍କ ଜମା ଓ ବୀମା ରାଶିର ଯାଞ୍ଚ କରୁଛି ଭିଜିଲାନ୍ସ।
ବୁଧବାର ସକାଳୁ ସକାଳୁ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ାରେ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି।

More From
-
ଭୁବନେଶ୍ୱରରେ ଐତିହାସିକ ମୁହୂର୍ତ୍ତ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଉଦ୍ଘାଟିତ -
ଡିଜିଟାଲ୍ ମାର୍କେଟ୍ ରେ ନୂଆ ଚ୍ୟାଲେଞ୍ଜ ମଧ୍ୟରେ VerSe Innovation ର ଫୋକସ୍ ପ୍ରଫିଟ୍ ଓ AI, ଗ୍ଲୋବାଲ୍ ବିସ୍ତାର ଉପରେ ନଜର -
ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ -
ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ -
୨୭ ଦିନରେ ଆମେରିକା-ଇରାନ ଯୁଦ୍ଧ







Click it and Unblock the Notifications