ଯେତେ ଖୋଲିଲେ ସେତେ ବାହାରୁଛି କୁବେର ଯନ୍ତ୍ରୀ ପ୍ରଭାସ କୁମାରଙ୍କ ସମ୍ପତି, ପଶ୍ଚିବଙ୍ଗରେ ୨୦ଟି ପ୍ଲଟ ଠାବ କଲା ଭିଜିଲାନ୍ସ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କର ଆଉ ୨୦ଟି ପ୍ଳଟ୍ ଠାବ କରାଯାଇଛି। ଏହି ୨୦ଟି ପ୍ଳଟ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ଠାବ କରାଯାଇଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି। ଏହା ସହିତ ପ୍ରଭାସ କୁମାର ପ୍ରଧାନଙ୍କର ଏଯାବତ୍ ଠାବ ହୋଇଥିବା ପ୍ଳଟ ସଂଖ୍ୟା ୧୦୫ରେ ପହଞ୍ଚି ଯାଇଛି।

ପୂର୍ବରୁ ପ୍ରଭାସ କୁମାର ପ୍ରଧାନଙ୍କର ଠାବ ହୋଇଥିବା ୮୫ଟି ପ୍ଲଟ୍ ମଧ୍ୟରୁ ୮୦ଟି କେବଳ ଜଳେଶ୍ୱରରେ ଥିବା ବେଳେ ୪ଟି ପୁରୀ ଜିଲ୍ଲାର ଡେଲାଙ୍ଗରେ ଓ ଗୋଟିଏ ପଶ୍ଚିମବଙ୍ଗର ସୁନାକନିଆରେ ଅଛି।

୧୦୫ଟି ପ୍ଲଟ୍ ବ୍ୟତୀତ ପ୍ରଭାସ କୁମାର ପ୍ରଧାନଙ୍କର ଜଳେଶ୍ୱରରେ ଗୋଟିଏ ୫ ମହଲା କୋଠା ଓ ଏକ ମାର୍କେଟ କମ୍ପ୍ଲେକ୍ସ ଅଛି। ଚଢ଼ାଉ ବେଳେ ତାଙ୍କ ଘରୁ ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା ମିଳିଥିଲା। ତା' ସହିତ ୩୩୪.୫୫ ଗ୍ରାମର ସୁନା ଅଳଙ୍କାର ମିଳିଥିଲା। ସେଥିରେ ଗୋଟିଏ ସୁନା ବିସ୍କୁଟ ଥିଲା। ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ବାବଦକୁ ସେ ୧ କୋଟିରୁ ଅଧିକ ଟଙ୍କା ରଖିଛନ୍ତି। ତାଙ୍କର ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଅଛି। ତାଙ୍କ ଘରର ଆସବାବପତ୍ରର ମୂଲ୍ୟ ୬.୬୩ ଲକ୍ଷ ଟଙ୍କାରୁ ଅଧିକ ହେବ। ସେ ତାଙ୍କ ଆୟଠାରୁ ୨୪୫% ଅଧିକ ସଂପତ୍ତି ଠୁଳ କରିଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା।

ବାଲେଶ୍ୱର ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ (SE) ପ୍ରଭାସ କୁମାର ପ୍ରଧାନଙ୍କୁ ଗତ ଗୁରୁବାର ମିଳିଥିଲା ପଦୋନ୍ନତି। ତାଙ୍କୁ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ଭାବେ ଦିଆଯାଇଥିଲା ପଦୋନ୍ନତି। ଆଉ ପଦୋନ୍ନତି ମିଳିବା ପର ଦିନ ତାଙ୍କ ଘରେ ପଶିଥିଲା ଭିଜିଲାନ୍ସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+