ଲାଞ୍ଚ ନେଉଥିଲେ ଦୁଇ ଅଧିକାରୀ ମାଡ଼ି ବସିଲା ଭିଜିଲାନ୍ସ
ଲାଞ୍ଚ ନେବାବେଳେ ଧରାପଡ଼ିଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ କୃଷି ଡିଭିଜନର ଦୁଇ ଅଧିକାରୀ। ଜଣେ ଚାଷୀଙ୍କ ଠାରୁ ଜଳ ନିଧି ଯୋଜନାର ସବସିଡି କରାଇଦେବା ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ। ଗିରଫ ଦୁଇ ଅଧିକାରୀ ହେଉଛନ୍ତି, କୃଷି ଡିଭିଜନର ଅତିରିକ୍ତ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଏବଂ ଡାଟା ଏଣ୍ଟ୍ରି ଅପରେଟର ସୁରେନ୍ଦ୍ର ବୁନ୍ଦେଲ।

ସୂଚନା ଅନୁଯାୟୀ, ଉଭୟ ଜାମରାଣ୍ଡ୍ ଗ୍ରାମର ଲଷ୍ମୀଧର ମାଝୀଙ୍କଠାରୁ ଜଳ ନିଧି ଯୋଜନାର ସବସିଡି କରାଇ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ପଡ଼ିଛନ୍ତି। ବର୍ତ୍ତମାନ ଭିଜିଲାନ୍ସ ଟିମ୍ ଅତିରିକ୍ତ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ାଙ୍କ ୩ଟି ଏବଂ ଡାଟା ଏଣ୍ଟ୍ରି ଅପରେଟର ସୁରେନ୍ଦ୍ର ବୁନ୍ଦେଲଙ୍କ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରଖିଛି।












Click it and Unblock the Notifications