ଭିଜିଲାନ୍ସ ଜାଲରେ କୋଟିପତି ଜୁନିଅର ଆକାଉଣ୍ଟାଣ୍ଟ
ସିଭିଲ ସ୍ପଲାଏ ଅଫିସ (OSCSC)ର ସୁନ୍ଦରଗଡ଼ସ୍ଥିତ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି (DA)ରଖିବା ଅଭିଯୋଗ ହୋଇଛି।
ବାଲେଶ୍ବର, ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ର ୩ ଜଣ ଡିଏସପି( DSP), ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର ନିମ୍ନଲିଖିତ ୫ଟି ସ୍ଥାନରେ ଏକକାଳୀନ ଘର ତଲାସୀ କରାଯାଉଛି।

(୧) ବାଲେଶ୍ୱରର ଗୋପାଳଗାଁରେ ଆବାସିକ ତିନି ମହଲା କୋଠା (୨) ବାଲେଶ୍ୱରର ଗୋପାଳଗାଁରେ ତିନି ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ଜିମ୍। (୩) ବାଲେଶ୍ବରରେ କଲ୍ୟାଣ ମଣ୍ଡପ | (୪) ସୁନ୍ଦରଗଡ଼ରେ ତାଙ୍କର କାର୍ଯ୍ୟାଳୟ। (୫) ସୁନ୍ଦରଗଡ଼ରେ ଭଡ଼ା ଘର।
ଅଧିକ ତଦନ୍ତ ଜାରି ରହିଛି। ବାଲେଶ୍ୱରର ପ୍ରାଇମ ଲୋକେସନରେ ୩ ମହଲା ବିଶିଷ୍ଟ ୨ ଟି ବଡ଼କୋଠା , ଜିମ୍ ଓ ବିବାହ କଲ୍ୟାଣ ମଣ୍ଡପ ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।












Click it and Unblock the Notifications