ଓଏସଆରଟିସି ସିଏଓଙ୍କ ଘରେ ଭିଜିଲାନ୍ସ ରେଡ୍; ଭୁବନେଶ୍ୱର ଅଫିସ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ

OSRTC ସିଏଓଙ୍କ ଘରେ ଭିଜିଲାନ୍ସ । OSRTC ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ରେଡ୍‌ । ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣୀରେ ଚଢ଼ାଉ ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ଵର କାର୍ଯ୍ୟାଳୟ ସମେତ ନନ୍ଦନ ବିହାର, ପଳାଶୁଣୀରେ ଥିବା ଘରେ ଚଢ଼ାଉ କରାଯାଇଛି ।

Vigilance raid

ବିଜୟ ମଙ୍ଗରାଜଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି । ଏହି ଚଢ଼ାଉରେ ୮ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ଓ ୯ ଜଣ ଏସଏଆଇ ସହ ଅନ୍ୟାନ୍ୟ ଷ୍ଟାପ୍ ସାମିଲ ହୋଇଛନ୍ତି ।

  • ୧) ଫ୍ଲାଟ୍‌ ନଂ ୩୦୧, ଟାଓ୍ବାର-୬, ଜେଡ-୧ ଇଷ୍ଟେଟ୍‌, ନନ୍ଦନକାନନ ରୋଡ୍‌, ନନ୍ଦନବିହାର, ଭୁବନେଶ୍ୱର।
  • ୨) ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍‌ ନଂ-୯୧୮ରେ ଏକ ଦୁଇ ମହଲା କୋଠା।
  • ୩) ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍‌ ନଂ-୮୯୨ରେ ଦୁଇ ମହଲା କୋଠା।
  • ୪) ମୟୂରଭଞ୍ଜର ଢିପସାହିସ୍ଥିତ ଭୂୟାଁ ନିବାସ।
  • ୫) ଭୁବନେଶ୍ୱରର ଓଏସ୍‌ଆର୍‌ଟିସିର ମୁଖ୍ୟ ଆକାଉଣ୍ଟ ଅଫିସ।
  • ୬) ଭୁବନେଶ୍ୱରର ଖାରବେଳ ଭବନସ୍ଥିତ ଆର୍ଥିକ ପରାମର୍ଶଦାତା କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ, ବାଣିଜ୍ୟ ଏବଂ ପରିବହନ, ୫ମ ମହଲା କୋଠା।
  • ୭) କାର୍ଯ୍ୟାଳୟର ନିର୍ଦ୍ଦେଶକ, ବ୍ୟବସାୟ ବିକାଶ ଏବଂ ଅର୍ଥ, ଓଆର୍‌ଆଇଡିଏଲ୍‌, ୬ ମହଲା, ଇଡ୍‌କୋ ଟାଓ୍ବାର, ଜନପଥ, ଭୁବନେଶ୍ୱର।
  • ଏବେ ଚଢ଼ାଉ ଚାଲିଛି। ଚଢ଼ାଉ ପରେ ମୋଟ୍‌ର ସମ୍ପତ୍ତିର ଆକଳନ କରାଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+