4 ଜିଲ୍ଲାରେ ଭିଜିଲାନ୍ସ ଚଢାଉ, ଡ୍ରାଇଭର, ଆକାଉଣ୍ଟାଣ୍ଟ ଓ ପୋଲିସ ବାବୁଙ୍କ ଘରେ ରେଡ

ରାଜ୍ୟ 4 ଜିଲ୍ଲାରେ ରେଡ କରିଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ରେଡ କରି ଭିଜିଲାନ୍ସ ଜବତ କରିଛି ଲକ୍ଷାଧିକ ଟଙ୍କା ସହ ସୁନା ବିସ୍କୁଟ ।

ଭୁବନେଶ୍ବର: ରାଜ୍ୟ 4 ଜିଲ୍ଲାରେ ରେଡ କରିଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ରେଡ କରି ଭିଜିଲାନ୍ସ ଜବତ କରିଛି ଲକ୍ଷାଧିକ ଟଙ୍କା ସହ ସୁନା ବିସ୍କୁଟ । ସମସ୍ତଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇଛି।

Vigilance raids

ଆଜି ସକାଳୁ ସକାଳୁ ଭିଜିଲାନ୍ସ ବିଭାଗ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବଲାଙ୍ଗିର ୱେସ୍କୋ ସୁପରିଟେଣ୍ଡେଣ୍ଟ ଅଫିସର୍ ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଚଢ଼ାଉ କରିଛି। ବଲାଙ୍ଗିର ସର୍କିଟ ହାଇସ୍ ନିକଟରେ ଥିବା ତାଙ୍କ ଘର ଓ ପ୍ୟାଲେସରରେ ଥିବା ୱେସ୍କୋ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି। ବିନ୍ଧାଣୀଙ୍କ ଘରୁ ନଗଦ ୧୬ଲକ୍ଷ ୩୨ ହଜାର ୨୫୦ ଟଙ୍କା ଜବତ ହୋଇଛି। ସେହିପରି କିଛି ସୁନା ଅଳଙ୍କାର ଓ ସୁନା ବିସ୍କୁଟ୍ ମଧ୍ୟ ଭିଲିଲାନ୍ସ ଜବତ କରିଛି।

ସେହିପରି ଗତକାଲି ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର ସୁଧିର କୁମାର ନନ୍ଦଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା ଭିଜିଲାନ୍ସ। ସେହିପରି ମଧ୍ୟ କଳାହାଣ୍ଡି ଧର୍ମଗଡ଼ ପୂର୍ବତନ ଇନ୍ଦ୍ରାବତୀ ପ୍ରକଳ୍ପର ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରିଛି ।

ସେହିପରି ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି ଜଣେ ପୋଲିସ ବାବୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ପୋଲିସ ASI ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+