ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ
ଭିଜିଲାନ୍ସ ପଞ୍ଝାରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ଛତାଛକ ସ୍ଥିତ କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ୭ଟି ସ୍ଥାନରେ ରେଡ୍।

ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଡେରାବିଶ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ କରାଯାଇଛି। କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକ ଓ ଭୁବନେଶ୍ଵରରେ ରେଡ୍ ଚାଲିଛି। ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୯ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ଵର ବାଲିଅନ୍ତାରେ ଏକ ୪ ମହଲା ଘର ରହିଛି। କଟକ ଚୌଦ୍ଵାରରେ ଦୁଇ ମହଲା ଘର ରହିଛି। ପ୍ରମୋଦ ରାୟଙ୍କ ଘର ଓ ଅଫିସ୍ ସମେତ ଭଦ୍ରକ ଓ ଢେଙ୍କାନାଳରେ ସମ୍ପର୍କୀୟଙ୍କ ଠିକଣାରେ ଭିଜିଲାନ୍ସ ଯାଞ୍ଚ ଚାଲିଛି।












Click it and Unblock the Notifications