ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୧୮ ପ୍ଲଟ୍ ସହ କେଜିଏ ସୁନା ଜବତ

ଜୟପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ଛଅଟି ଜାଗାରେ ଭିଜିଲାନ୍ସ ଟିମ୍ ଆଜି ସକାଳୁ ଚଢ଼ାଉ କରୁଛି। ତାଙ୍କର ଭଡ଼ା ଘର ସମେତ ଛଅଟି ସ୍ଥାନରେ ବି ଏହି ଚଢ଼ାଉ ଜାରି ରହିଥିବାର ସୂଚନା ରହିଛି। ବିଶ୍ୱନାଥ ପାତ୍ର ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭାବେ ଅବସ୍ଥାପିତ ଥିବା ବେଳେ‌ ତାଙ୍କୁ ଜୟପୁର ପୌରପାଳିକାର ନିର୍ବାହୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

odisha vigilance

ଅତିରିକ୍ତ ଅଧୀକ୍ଷକ ପୋଲିସ୍ (ଏସପି), ଦୁଇ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ପୋଲିସ୍ (ଡିଏସପି), ଆଠ ଜଣ ଇନ୍ସପେକ୍ଟର ଏବଂ ଭିଜିଲାନ୍ସ ବିଭାଗର ୬ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସ୍ଆଇ) କୁ ନେଇ ଭିଜିଲାନ୍ସର ଏକ ଟିମ୍ ଗଞ୍ଜାମ, ବ୍ରହ୍ମପୁର ଏବଂ ଜୟପୁର ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲେ। ଭିଜିଲାନ୍ସ ଅଧିକାରୀଙ୍କ କହିବାନୁସାରେ, ଜୟପୁର ଏବଂ ଗଂଜାମରେ ଦୁଇ ମହଲା କୋଠା ଏବଂ ଏକ ତିନି ମହଲା କୋଠା (୭୨୦୦ ବର୍ଗଫୁଟ) ଚିହ୍ନଟ ହୋଇଛି। ଏହା ବ୍ୟତୀତ ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଉପରେ ଚଢ଼ାଉ ବେଳେ ଏପର୍ୟ୍ୟନ୍ତ ୧୮ ଟି ପ୍ଲଟ୍ ଏବଂ ୮୫୦ ଗ୍ରାମ ସୁନା ମଧ୍ୟ ମିଳିଛି।

ସେହିପରି ୧୮ ଟି ପ୍ଲଟ୍ ଭୁବନେଶ୍ୱରର ୬ ଟି, ଜୟପୁର ସହରରେ ୧, ବ୍ରହ୍ମପୁର ସହରରେ ୧ ଏବଂ ଗଞ୍ଜାମର ଜଗନ୍ନାଥପ୍ରସାଦରେ ୧୦ ଟି ପ୍ଲଟ୍ ରହିଛି। ଏହାବାଦ ବ୍ୟାଙ୍କଜମା, ବୀମା, ଡାକ ଜମା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବିଶ୍ୱନାଥ ନିବେଶ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+