ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ଟି ଜାଗାରେ ଚଢ଼ାଉ
ଧର୍ମଶାଳା ABDOଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳା ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ । ଯାଜପୁର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । କଟକ ସ୍ପେସିଆଲ ଜଜ୍ଙ୍କ ଦ୍ୱାରା ୱାରେଣ୍ଟ ଜାରି ହେବା ପରେ ଏହି ଚଢାଉ କରାଯାଇଛି । ଏହି ରେଡ୍ରେ ୮ ଜଣ DSP, ୯ ଜଣ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।

ଯାଜପୁର ରୋଡ୍ କହ୍ନେଇପୁର ସ୍ଥିତ ୪ ମହଲା ବିଶିଷ୍ଟ ଘର, କଟକ ଚାଉଳିଆଗଞ୍ଜ ସ୍ଥିତ ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟର ଏକ ଫ୍ଲାଟ୍, ଯାଜପୁର ଗରଡେଶ୍ୱର ସ୍ଥିତ ଘର, ଭଦ୍ରକ ସନାବନସ୍ତ ଗାଁରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଧର୍ମଶାଳା ସରକାରୀ ବାସଭବନ, ଧର୍ମଶାଳା ବ୍ଲକ୍ ସ୍ଥିତ ଅଫିସ୍ ଏବଂ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଘରେ ଏହି ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।












Click it and Unblock the Notifications