ବୋଲେରୋ ଭିତରେ ଥିଲା ବିଡା ବିଡା ଟଙ୍କା, ଗୋଡାଇ ଗୋଡାଇ ଧରିଲା ଭିଜିଲାନ୍ସ ଟିମ

ଆଜି ସକାଳୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି)ର ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି। ତାଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଜବତ କରାଯାଇଥିବା, ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।

ରାଉଲକେଲା: ବାବୁ ନେଇ କି ଯାଉଥିଲେ ପୁଳାପୁଳା ଟଙ୍କା । ଗୋଡେଇ ଗୋଡେଇ ଧରିଲେ ଭିଜିଲାନ୍ସ ଟିମ । ଆଜି ସକାଳୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି)ର ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି। ତାଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଜବତ କରାଯାଇଥିବା, ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।

 Vigilance Raid

ଆଜି ସକାଳେ ଜୟପ୍ରକାଶ ମହାନ୍ତି ଅଫିସ୍‌ ବୋଲେରୋ ଯୋଗେ ଝାରସୁଗୁଡ଼ା ଯାଉଥିଲେ। ସେଠାରୁ ସେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଯାଇଥା'ନ୍ତେ। ତେବେ କୌଣସି ସୂତ୍ରରୁ ସୂଚନା ପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ସୁଧାଂଶୁ ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ୍‌ ତାଙ୍କୁ ପିଛା କରିଥିଲେ। ମସ୍ନିକାନୀ ଟୋଲ୍ ପ୍ଲାଜାରେ ଭିଜିଲାନ୍ସ ଟିମ୍ ଜୟପ୍ରକାଶଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଠାରୁ ୧୯ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା।

 Vigilance Raid

ତେବେ ଭିଜିଲାନ୍ସ ଟିମ୍ ଟଙ୍କା ବାବଦରେ ପଚରା ଉଚରା କରିଛି । ମାତ୍ର ସେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଏବେ ଜୟ ପ୍ରକାଶଙ୍କୁ ଭିଜିଲାନ୍ସ ଅଫିସକୁ ଆଣି ପଚରାଉଚରା କରାଯାଉଛି । ତେବେ ଏତେ ଟଙ୍କା ନେଇ ଜୟପ୍ରକାଶ ଝାରସୁଗୁଡାରୁ ଟ୍ରେନ ଯୋଗେ ଭୁବନେଶ୍ୱର ଯିବା ପାଇଁ ଟ୍ରେନ ଟିକଟ୍ କାଟି ସାରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+