ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ ଏପିଓ
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମନରେଗାର ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସର(ଏପିଓ) ସୁଶାନ୍ତ କୁମାର ଦାସ।
ବଲାଙ୍ଗୀର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମନରେଗାର ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସର(ଏପିଓ) ସୁଶାନ୍ତ କୁମାର ଦାସ । ଏକ ପୋଖରୀ ମରାମତି କାମର ବିଲର ପ୍ରଥମ କିସ୍ତି ବିଲ୍ ପାସ କରିବା ଲାଗି ଅଭିଯୋଗକାରୀ (ଗ୍ରାମ ସାଥୀ)ଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁଶାନ୍ତ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ। ଘଟଣାସ୍ଥଳରୁ ୪୫ ହଜାର ଟଙ୍କା ବି ଜବତ କରାଯାଇଛି ।

ବରଗଡ଼ ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ ଚଢାଉ କରୁଥିବା ବେଳେ ଏକକାଳୀନ ତାଙ୍କ ପୈତୃକ ଘର ବଙ୍ଗୋମୁଣ୍ଡା ବ୍ଲକ ଅସୁର୍ଲା ଗାଁ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ନେଇ ସୂଚନା ମିଳିଛି । ଅସୁର୍ଲା ଗାଁରେ ଥିବା ବାସଭବନ ଓ ମୁରିବାହାଲ ବ୍ଲକ କାର୍ଯ୍ୟଳୟରେ ବରଗଡ଼ ଭିଜିଲାନ୍ସ ଟିମର ଚଢାଉ ଜାରି I ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।












Click it and Unblock the Notifications