ପୂର୍ବତନ RI ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ RI ବସନ୍ତ ମହାନ୍ତିଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ।
ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ତହସିଲର ପୂର୍ବତନ RI। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ RI ବସନ୍ତ ମହାନ୍ତିଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆଜି ସକାଳୁ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ହେଉଛି। ବସନ୍ତ ମହାନ୍ତିଙ୍କ ପୁରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଚଢାଉ ଜାରି ରହିଛି।
ତାଙ୍କର ଫ୍ରେଣ୍ଡସ କ୍ଲବରେ ୨ଟି ଘର, ପେଣ୍ଠକଟାରେ ଗୋଟିଏ ଘର, ବାଲିଘାଟରେ ସମ୍ପର୍କୀୟଙ୍କ ଘର, ପୁରୀରେ ଦୁଇଟି ସରକାରୀ କାର୍ଯ୍ୟାଳୟ ଓ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ ଥିବା ତାଙ୍କ ପୈତୃକ ବାସଭବନରେ ଚଢ଼ାଉ ଚାଲିଛି।

ସୂଚନାଯୋଗ୍ୟ, ବସନ୍ତ ମହାନ୍ତି ଅବସର ଗ୍ରହଣ କରିବା ପରେ ପୁନଃ ଅବସ୍ଥାପିତ ହୋଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ନେଇ ୭୫ ମିଟର ମାପଚୁପ ଲାଗି ବି ତାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିଲା।












Click it and Unblock the Notifications