ବ୍ରହ୍ମପୁର ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ, ଗଦି ତଳୁ ମିଲିଲା ୧୭ ଲକ୍ଷ
ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ବ୍ରହ୍ମପୁର ଗ୍ରାମୀଣ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ପସିଲା ଭିଜିଲାନ୍ସ ।
ବ୍ରହ୍ମପୁର: ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ବ୍ରହ୍ମପୁର ଗ୍ରାମୀଣ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ପସିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଘରୁ ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।

ଆଜି ସକାଳୁ ସକାଳୁ ଜଗନ୍ନାଥଙ୍କ ଭୁବନେଶ୍ୱରସ୍ଥିତ ଘର ସମେତ ବ୍ରହ୍ମପୁର, ଛତ୍ରପୁର ଆଦି ୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍। ବ୍ରହ୍ମପୁର ଗଜପତି ନଗରରେ ଥିବା ୪ ମହଲା କୋଠା, ୧୧ ନମ୍ବର ଲେନ୍ରେ ଥିବା ୫ ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱର ଏମ୍ସ ନଗରରେ ଥିବା ୪ ମହଲା କୋଠା, ଆମ୍ବପୁଆରେ ଥିବା ଅଫିସ ଏବଂ ଛତ୍ରପୁର ପୁଟ୍ଟବଗଡ଼ରେ ଜଗନ୍ନାଥଙ୍କ ପୈତୃକ ବାସଭବନରେ ଏହି ରେଡ୍ ଚାଲିଛି । ବେଡ ଶେଜ ତଳେ ବିଡ଼ା ବିଡ଼ା ଟଙ୍କା ଲୁଚାଇ ରଖିଥିଲେ ଜଗନ୍ନାଥ ସେଠୀ । ତାଙ୍କର ବ୍ରହ୍ମପୁର ଘରୁ ପ୍ରାୟ ୧୭ ଲକ୍ଷ ଟଙ୍କା ଜବତ ହୋଇଛି ।
ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ୍ । ବ୍ରହ୍ମପୁର ଗଜପତି ନଗରର ଅଷ୍ଟମ ଲେନରେ ଥିବା ଏକ ୪ ମହଲା ଘର, ୧୧ ଲେନରେ ଥିବା ୫ ମହଲା ଘର, ଭୁବନେଶ୍ୱର ଏମ୍ସ ନଗରରେ ଥିବା ୪ ମହଲା ବିଶିଷ୍ଟ ଘର, ଗଞ୍ଜାମ ଆମ୍ବପୁଆରେ ଥିବା ଅଫିସ ଓ ପୈତୃକ ଘର ଛତ୍ରପୁରର ପୁଟବଗଡ଼ ଠାରେ ଏକାକାଳୀନ ଯାଞ୍ଚ କରୁଛି ଭିଜିଲାନ୍ସ ।












Click it and Unblock the Notifications