ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ, ମୋଟ୍ ୮ଟି ସ୍ଥାନରେ ରେଡ୍ କରାଯାଉଛି

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ, ମୋଟ୍ ୮ଟି ସ୍ଥାନରେ ରେଡ୍ କରାଯାଉଛି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରବିଙ୍କ ଘରେ ରେଡ୍ କରାଯାଉଛି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଯନ୍ତ୍ରୀ । ସରକରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ତାଙ୍କ ଘରେ ରେଡ୍ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ତା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରବିଙ୍କ ଘରେ ରେଡ୍ କରାଯାଉଛି । ଭୁବନେଶ୍ୱରର ୪ଟି ସ୍ଥାନ ସମେତ ମୋଟ୍ ୮ଟି ସ୍ଥାନରେ ରେଡ୍ କରଯାଉଛି । ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଭୁବନେଶ୍ୱର ଆଇଗିଣିଆ ସ୍ଥିତ ତିନି ମହଲା ଦୋକନ ଘରେ, ଖଣ୍ତଗିରି ସପିଂ ପ୍ଲାଜାରେ ଥିବା ଏସପିଏସ କନଷ୍ଟ୍ରକସନ କନସଲଟାନସିରେ ରେଡ୍ ଜାରି ରହିଛି ।

Vigilance Raid

ସେହିପରି ରବି ନାରାୟଣ ପଣ୍ତାଙ୍କ ପାତ୍ରପଡା ସ୍ଥିତ ଫ୍ଲାଟ୍, ନୟାପଲ୍ଲୀରେ ଥିବା ତ୍ରିବେଣୀ ଅଟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁରରେ ଥିବା ପୈତୃକ ଘର, କେନ୍ଦ୍ରାପଡ଼ା ଜିଲ୍ଲାର କଂସରାରେ ଥିବା ଶ୍ୱଶୁର ଘର, ମୟୂରଭଞ୍ଜର ଉଦଳାରେ ଥିବା ସରକାରୀ ବାସଭବନ ଏବଂ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ଜଣେ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର, ୧୧ ଏଏସଆଇଙ୍କ ଟିମ୍ ଏହି ଚଢାଉରେ ସାମିଲ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+