କୁବେର ସରକାରୀ ବାବୁଙ୍କ ସମ୍ପତ୍ତିର ହିସାବ: ୨୭ଟି ପ୍ଲଟ୍ ଓ ବଡ ବଡ କୋଠା

ଗତକାଲି OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଆଖି ଖୋସିଦେବା ପରି ସମ୍ପତ୍ତି ଠାବ କରିବା ପରେ ଆଜି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଛି ଭିଜିଲାନ୍ସ।

ଭୁବନେଶ୍ୱର: ଗତକାଲି OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଆଖି ଖୋସିଦେବା ପରି ସମ୍ପତ୍ତି ଠାବ କରିବା ପରେ ଆଜି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଛି ଭିଜିଲାନ୍ସ। ଏହା ସହିତ ରାଜ୍ୟ ସରକାରଙ୍କ ଏହି କୁବେର ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ।

vigilance raid

ପ୍ରତାପ ସାମଲଙ୍କ ଠାରୁ ଗତକାଲି ବିଡ଼ା ବିଡ଼ା ଟଙ୍କା, ମାଳ ମାଳ ପ୍ଲଟ, ଆଖି ଖୋସିଲା ପରି ବିଲ୍ଡିଂ ଓ ଆପାର୍ଟମେଣ୍ଟ ଜବତ କରିବା ପରେ ତାଜୁବ ହୋଇଯାଇଥିଲେ ଚଢ଼ାଉ କରିବାକୁ ଯାଇଥିବା ଭିଜିଲାନ୍ସ ଅଧିକାରୀ। ଅସତ ଉପାୟରେ ଅର୍ଜନ ହୋଇଥିବା ଏହି ଟଙ୍କାରେ କିଣା ଯାଇଥିଲା ୨୭ଟି ପ୍ଲଟ ଓ ତିଆରି ହୋଇଥିଲା ବଡ଼ ବଡ଼ କୋଠା । ସରକାରୀ ବାବୁଙ୍କ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୭ଟି ପ୍ଲଟ ଓ ୨ଟି କୋଠା, ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ କୋଠା ରହିଛି ।

ତଥ୍ୟ ମୁତାବକ, ଆଜି ଭୁବନେଶ୍ବର ଭିଜିଲାନସ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ପକ୍ଷରୁ ଓଡ଼ିଶା ପୁଲିସ ହାଉସିଂବୋର୍ଡ ଓ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘ‌‌ରେ ଚଢଉ କରାଯାଇଥିଲା । ଭିଜିଲାନ୍ସର ୧୦ଟି ଟିମ୍ ଏକକାଳୀନ ଭୁବନେଶ୍ବର ପୁଲିସ ହାଉସିଂବୋର୍ଡ ଅଫିସ ସମେତ ୧୦ଟି ସ୍ଥାନ‌ରେ ଚଢଉ କରିଥିଲା ।

ତେବେ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାମରେ ଥିବା ୫ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା । ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା ରାଶି ରହିଛି। ସେହିଭଳି ପ୍ରତାପ ସାମଲଙ୍କ ଭୁବନେଶ୍ବର ଆଇଆରସି ଭିଲେଜ ପ୍ଲଟ୍ ନଂ ଏନ/୬-୪୧୬ର ତିନି ମହଲା କୋଠା, ଜୟଦେବ ବିହାର, ବିଜୁ ପଟ୍ଟନାୟକ କଲେଜ ଛକ ମା' ମଙ୍ଗଳ ମନ୍ଦିର ଅପରପାର୍ଶ୍ବରେ ଥିବା ୬ ମହଲା କୋଠା, ଖଣ୍ଡଗିରି ସରକନ୍ତରାର ପ୍ଲଟ ନଂ ୩/୬୦୫ ଏକ ମହଲା ଘର (ଯାହା ଭଡାରେ ଦିଆଯାଇଥିଲା), ଜୟଦେବ ବିହାର ନରେନ୍ଦ୍ର ଭିଲାରେ ଫ୍ଲାଟ ଇତ୍ୟାଦି ରହିଛି । ଖୋର୍ଦ୍ଧାର ଗଡଜାଗସରା, ଆଇଗିଣିଆ, ବରମୁଣ୍ଡା, ଗୋଠପାଟଣା, ଶଙ୍କରପୁର, ଚୈତନ୍ୟ ପ୍ରସାଦ, ହରପୁର, ଜୟଦେବ ବିହାର, ଖଣ୍ଡଗିରିରେ ମୂଲ୍ୟବାନ ପ୍ଲଟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+