ମତ୍ସ୍ୟ ଅଧିକାରୀଙ୍କ ଘରୁ ମିଳିଲା ୩.୫୮ ଲକ୍ଷ ଟଙ୍କା
Vigilance Raid: ମତ୍ସ୍ୟ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ସୋନପୁର ସ୍ଥିତ ଭଡ଼ା ଘରୁ ମିଳିଲା ୩ ଲକ୍ଷ ୫୮ ହଜାର ଟଙ୍କା । ବୀରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଲାଞ୍ଚ ନେବା ବେଳେ ଧରା ପଡିଥିଲେ । ୩୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଥିଲେ ପରେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଥିଲା ।

ସୂଚନା ଅନୁସାରେ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସଦସ୍ୟାଙ୍କଠାରୁ ମାଛ ଯାଆଁଳା ସବସିଡି କରାଇଦେବା ପାଇଁ ସେ ଲାଞ୍ଚ ନେଉଥିଲେ । ସେହି ସମୟରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ।












Click it and Unblock the Notifications