ଇଡକୋ ଜୁନିଅର ମ୍ୟାନେଜରଙ୍କ ଘରେ ରେଡ୍, ୬ଟି ସ୍ଥାନରେ ହେଲା ଚଢାଉ
Odisha News: ଇଡକୋ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂଙ୍କ ଘରେ ରେଡ୍ କରାଯାଇଛି । ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟ କୁମାର ଉଦୟସିଂଙ୍କ ଘର ସମେତେ ୬ଟି ସ୍ଥାନରେ ଏକକାଳିନ ରେଡ୍ କରାଯାଇଛି । ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ମଧ୍ୟ ରେଡ୍ କରାଯାଉଥିବା ନେଇ ସୂଚନା ରହିଛି । ଚଢାଉ ସମୟରେ ସୁନା ଅଳଙ୍କାର ସମେତ ଅନେକ ସମ୍ପତ୍ତି ଠାବ କରାଯାଇଛି ।

ସୂଚନା ଅନୁସାରେ, ଆଜି ସକାଳ ୪ଟାରୁ ବିଜୟ କୁମାର ଉଦୟସିଂଙ୍କ ଅନେକ ଠିକଣା ଉପରେ ଚଢାଉ ଆରମ୍ଭ କରିଛି । ତେବେ ତାଙ୍କର ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି ।












Click it and Unblock the Notifications