ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍
ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଜୟନଗର ସ୍ଥିତ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ନିହାର ସରକାରଙ୍କ ନାମରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ଆସିଥିଲା ।

ନିହାର ରଞ୍ଜନ ସରକାରଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ସର୍ଚ୍ଚ ୱାରେଣ୍ଟ ବଳରେ ୪ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ମାଲକାନଗିରି ଏବଂ ନବରଙ୍ଗପୁର ଜିଲାରେ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରାଯାଇଛି ।
ଜୟନଗର, ମାଲକାନଗିରି ଟାଉନରେ ଆବାସିକ ତିନି ମହଲା କୋଠା, ଏମପିଭି-୧୦, ପିଏସ୍-କାଲିମେଳା, ମାଲକାନଗିରିରେ ଥିବା ପୈତୃକ ଘର, ରାଇଘରରେ ସମ୍ପର୍କୀୟଙ୍କ ଘର, ମାଲକାନଗିରିରେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଚଢାଉ ହୋଇଛି ।












Click it and Unblock the Notifications