କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍
କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍.
କେନ୍ଦୁଝର: କେନ୍ଦୁଝର ବାଶପାଳ ବିଇଓ ଅଫିସର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ।ସରକାରୀ ଘର, ଅଫିସ୍, ପୈତୃକ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ରେଡ୍ ।

ସୂଚାନା ଅନୁସାରେ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାଂଶପାଳ ବ୍ଳକ ବିଇଓ ଅଫିସର କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ଚାଲିଛି ଚଢାଉ । ତାଙ୍କ ଅଫିସ, କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ ଭାଲକି ପାତାଳା ସ୍ଥିତ ତିନି ମହଲା କୋଠା ଏବଂ ତେଲକୋଇ ସ୍ଥିତ ବାପାଙ୍କ ଘର ସହ ଶ୍ୱଶୁର ଘରେ ମଧ୍ୟ ଚଢାଉ କରାଯାଇଛି । ସେହିପରି ତାଙ୍କର ଅଫିସପରେ ମଧ୍ୟ ଚଢାଉ କରାଯାଇଛି । ବାଲେଶ୍ଵର ଭିଜିଲାନ୍ସ ଏସପିଙ୍କ ସମେତ ୩ ଜଣ ଡିଏସପି , ୭ ଜଣ ଇନସ୍ପେକ୍ଟର , ୨ ଜଣ ଏଏସଆଇ , ୯ ଜଣ କନଷ୍ଟେବଳ ଆଦି ଚଢାଉରେ ସାମିଲ ହୋଇଛନ୍ତି ।












Click it and Unblock the Notifications