Get Updates
Get notified of breaking news, exclusive insights, and must-see stories!

ଜଳ ଯୋଗାଣ ବିଭାଗର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୩ଟି ସ୍ଥାନରେ ରେଡ୍

ଭବାନୀପାଟଣା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏଚ୍‌ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସ୍ଥାନୀୟ ଜଳେଶ୍ବର ମନ୍ଦିର ରାସ୍ତାରେ ଥିବା ୩ ମହଲା କୋଠା ସମେତ ତାଙ୍କ ଅଫିସ ଏବଂ ନର୍ଲା ବ୍ଲକ୍ ବଳବସପୁରରେ ଥିବା ତାଙ୍କ ପୈତୃକ ଘରେ ଭିଜିଲାନ୍ସ ଚଢାଉ କରିଛି ।

କଳାହାଣ୍ଡି ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଗ୍ରାହୀଙ୍କ ନେତୃତ୍ୱରେ କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସର ତିନୋଟି ଟିମ୍ ଚଢାଉ ଜାରି ରଖିଛନ୍ତି । ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୩ ଡିଏସପି, ୪ ଇନସ୍ପେକ୍ଟର ସାମିଲ ଅଛନ୍ତି ।

Vigilance Raid

ଚଢ଼ାଉ ବେଳେ ବିଭିନ୍ନ ବ୍ୟାଙ୍କରେ କିଶୋରଙ୍କର ୧କୋଟି ୮୦ଲକ୍ଷ ଟଙ୍କା ଡିପୋଜିଟ୍‌ ଥିବା ଜଣାପଡ଼ିଛି । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି । ଏଥି ସହିତ ତାଙ୍କ ଘରୁ ନଗଦ ୬ଲକ୍ଷ ଟଙ୍କା, ସୁନା ଗହଣା ଓ ଅନେକ ସ୍ଥାନରେ ଜମି କିଣିଥିବା ନେଇ ଭିଜିଲାନ୍ସ ଟିମ୍‌ ସୂଚନା ପାଇଛି । କୋରାପୁଟ ଓ ଜୟପୁର ଡିଭିଜନର ଭିଜିଲାନ୍ସର ୩୦ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ଭିିଜିଲାନ୍ସ ଚଢାଉ ଚାଲିଥିବା କାରଣରୁ ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+