୫୦ ହଜରା ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେପୁଟି କଲେକ୍ଟରଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ପଡିଲେ ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି। ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ଆଗରେ ଧରାପଡିଯାଇଛନ୍ତି। ଜମିଜମା ମାମଲାରେ ଡେପୁଟି କଲେକ୍ଟର ଟଙ୍କା ନେଉଥିଲେ ବୋଲି ଜଣାପଡିଛି।

deputy collector

ସୂଚନାନୁସାରେ, ଡେପୁଟି କଲେକ୍ଟର ଚିତ୍ରସେନ ବ୍ରହ୍ମଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବୁଧବାର ଉକ୍ତ ଟଙ୍କା ନେବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଥିବା ଡିଏସପି , ଭିଜିଲାନ୍ସ ସୁଧାଂଶୁ ପୂଜାରୀ ସୂଚନା ଦେଇଛନ୍ତି। ଏହା ପରେ ତାଙ୍କୁ ବିଭାଗୀୟ ଅଧିକାରୀମାନେ ପଚରାଉଚୁରା କରୁଥିବାବେଳେ ତାଙ୍କର ଅଫିସ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ଘର ଉପରେ ଚଢାଉ ଜାରି ରହିଛି।

ସୂଚନା ଅନୁଯାୟୀ, ଚିତ୍ରସେନ ବ୍ରହ୍ମଙ୍କ ଠାରୁ ୫୦ ହଜାର ଟଙ୍କା ଲଞ୍ଚ ନେବାବେଳେ ଶରତ ଗିରି ଧରାପଡିଛନ୍ତି । ୨୦ ନମ୍ବର ଜାତୀୟ ରାଜପଥର ବନାଯୋଡି ଦେଇ ଯାଇଥିବା ୬ ଥାକିଆ ରାସ୍ତା (୬ ଲେନ ରାସ୍ତା) ପାଇଁ ଚିତ୍ରସେନ ବ୍ରହ୍ମଙ୍କର ଦେଢ଼ ଏକର ଜମି ପାଇଁ ସେ ୬ ଲକ୍ଷ ୯୬ ହଜାର ଟଙ୍କା କ୍ଷତିପୂରଣ ପାଇବାର ଥିଲା। ହେଲେ ଏହି ଟଙ୍କା ଦେବାକୁ ଶରତ ଗିରି ୧୦ ପ୍ରତିଶତ ହିସାବରେ ୭୦ ହଜାର ଟଙ୍କା ଲଞ୍ଚ ମାଗିଥିଲେ। ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+