ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି କନିଷ୍ଠ କିରାଣି ପ୍ରଦୀପ କୁମାର ଦାସ
ବାଲେଶ୍ବର ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢଉ କରିଥିଲା।

ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ାରେ ଥିବା ପୈତୃକ ଘର, ନୀଳଗିରି, ଅଙ୍ଗାରଗଡ଼ିଆରେ ଥିବା ତିନିମହଲା ଘର, ଶେରଗଡ଼ରେ ଥିବା ମାର୍କେଟ କଂପ୍ଲେକ୍ସ ଓ ବାଲେଶ୍ବରରେ ଥିବା କାର୍ଯ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ ଟିମ୍।
ଏହି ଚଢଉରେ ୨ ଜଣ ଅତିରିକ୍ତ ଏସପି, ୪ ଡିଏସପି, ୭ ଇନସ୍ପେକ୍ଟର ଓ ୫ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋିଇଥିଲେ।
ପରେ କନିଷ୍ଠ କିରାଣିଙ୍କୁ ଠୁଳ କରିଥିବା ପୁଳା ପୁଳା ସମ୍ପତ୍ତି ବାବଦରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରିଥିଲା ଭିଜିଲାନ୍ସ। ହେଲେ ପ୍ରଦୀପ ଠୁଳ କରିଥିବା ସମ୍ପତ୍ତି ସଂପର୍କରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି।












Click it and Unblock the Notifications