ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ
ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ୩ ହାଜର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ । ସ୍ୱତନ୍ତ୍ର କୋର୍ଟ ସ୍ପେଶାଲ ଜଜଙ୍କ ନିକଟରେ ଚାର୍ଜସିଟ୍ ଦାଖଲ ହୋଇଛି । ପ୍ରଦୀପ ପାଣିଗ୍ରାହୀ ବର୍ତ୍ତମାନ ଗୋପାଳପୁର ବିଧାୟକ ଅଛନ୍ତି ।

ସୂଚନାଅନୁସାରେ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୯ କୋଟି ୧୮ ଲକ୍ଷ ୭ ହଜାର ଆୟ ବହିର୍ଭୂତ ଟଙ୍କା ଠାବ ହୋଇଥିଲା । ଲୋକାୟୁକ୍ତଙ୍କ ଅମୁମତି ପରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ତଦନ୍ତ କରୁଛି ଭିଜିଲାନ୍ସ ।

ବିଧାୟକଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଚାର୍ଜସିଟରେ ଅଭିଯୁକ୍ତ ଦର୍ଶାଯାଇଛି । ତେବେ ୨୦୨୧ ମସିହାରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ରେଡ୍ ପରେ ଏକ ମାମଲା ରୁଜୁ କରାଯାଇଥିଲା ।












Click it and Unblock the Notifications