ଏୟାର ଲିଫ୍ଟ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ECMO ପାଇଁ ଯିବେ କୋଲକତା
କଟକ ଅଶ୍ୱିନ କୋଭିଡ ହସ୍ପିଟାଲରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଭୁବନେଶ୍ୱର ଏୟାରପୋର୍ଟ ଯାଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ । ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ ଦେବାଶିଷ । ସ୍ୱତନ୍ତ୍ର ଭାବେ ECMO ଚିକିତ୍ସା ପାଇଁ ସେ କୋଲକତା ଯାଉଛନ୍ତି ।
କଟକ: ଆରମ୍ଭ ହୋଇଯାଇଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଏୟାର ଲିଫ୍ଟିଂ ପ୍ରକ୍ରିୟା । କଟକ ଅଶ୍ୱିନ କୋଭିଡ ହସ୍ପିଟାଲରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଭୁବନେଶ୍ୱର ଏୟାରପୋର୍ଟ ଯାଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ । ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ ଦେବାଶିଷ । ସ୍ୱତନ୍ତ୍ର ଭାବେ ECMO ଚିକିତ୍ସା ପାଇଁ ସେ କୋଲକତା ଯାଉଛନ୍ତି ।

ସୂଚନାଥାଉ କି, କରୋନା ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଆଇପିଏସ ଅଫିସର ଦେବାଶିଷ । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଭେଣ୍ଟିଲେଟରରେ ଥିଲେ ବି ଶରୀରରେ ଅକ୍ସିଜେନ ସ୍ତର କମି ଯାଉଥିଲା। ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେବାକୁ ଯୋଜନା କରାଯାଇଛି ।
ଦେବାଶିଷ କରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ମେ ୨୯ ତାରିଖରେ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରଥମେ ଆଇସିୟୁ ଆଉ ପରେ ଭେଣ୍ଟିଲେଟରରେ ଥିଲେ।
ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ଆମେ ଆଶାବାଦୀ ଅଛୁ ସେ ଶୀଘ୍ର ସୁସ୍ଥ ହୋଇଫେରିବେ। ସେଭଳି ଡ଼ାକ୍ତର ମାନସ କହିଛନ୍ତି, କ୍ଲିନିକାଲ ରିପୋର୍ଟ ଅନୁଯାୟୀ ତାଙ୍କ ଫୁସ୍ ଫୁସ୍ ନଷ୍ଟ ହୋଇଛି। ସେ ମଧୁମେହ ଓବେସିଟି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବାରୁ ସ୍ବାସ୍ଥ୍ୟବସ୍ଥା ବେଶି ଗୁରୁତର ହୋଇପଡ଼ିଛି।












Click it and Unblock the Notifications