ଗତ ୫ ବର୍ଷ ଭିତରେ ୧୬୮ ମହିଳା କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି: ମୁଖ୍ୟମନ୍ତ୍ରୀ

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଲିଖିତ ଆକାରର ଏକ ଉତ୍ତର ଦେଇ କହିଥିଲେ ଯେ ଗତ ୫ ବର୍ଷରେ ଜାନୁଆରୀ ୨୦୧୭ ରୁ ଡିସେମ୍ବର ୨୦୨୧ ମଧ୍ୟରେ ୧୬୮ ଜଣ ମହିଳା କର୍ମଚାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଭିଜିଲାନ୍ସ ମାମଲା ।

ଭୁବନେଶ୍ୱର: ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଲିଖିତ ଆକାରେ ପ୍ରଶ୍ନ ପଚାରିଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଯାହା ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି ।

CM Naveen Patnaik

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦୁର୍ନୀତିରେ ମହିଳାଙ୍କ ସମ୍ପୃକ୍ତି ବିଷୟରେ ଜାଣିବାକୁ ଚାହିଁଥିଲେ । ସେ ପ୍ରଶ୍ନ କରିଥିଲେ କି ଗତ ୫ ବର୍ଷ ଭିତରେ ମହିଳା ଓ ଶିଶୁ ବିଭାଗ ସମେତ ଅନ୍ୟ ବିଭାଗର ସରକାରୀ ମହିଳା କର୍ମଚାରୀଙ୍କ ଉପରେ କେତୋଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି ଏବଂ ଚଢ଼ାଉ ବେଳେ ସେମାନଙ୍କର କେତେ ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି ?

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଲିଖିତ ଆକାରର ଏକ ଉତ୍ତର ଦେଇ କହିଥିଲେ ଯେ ଗତ ୫ ବର୍ଷରେ ଜାନୁଆରୀ ୨୦୧୭ ରୁ ଡିସେମ୍ବର ୨୦୨୧ ମଧ୍ୟରେ ୧୬୮ ଜଣ ମହିଳା କର୍ମଚାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଭିଜିଲାନ୍ସ ମାମଲା । ଚଢ଼ାଉ ବେଳେ ଏହି ୫ ବର୍ଷରେ ୭୧ କୋଟି ୨୬ ଲକ୍ଷ ୨୩ ହଜାର ୯୪୯ ଟଙ୍କାର ସମ୍ପତି ଠାବ କରାଯାଇଛି।

ଏହି ତଥ୍ୟରୁ ଯାହା ଅନୁମାନ କରାଯାଉଛି ରାଜ୍ୟରେ ପ୍ରାୟ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି। ତେଣୁ ଏହାକୁ ଯଦି ରୋକ ନ ଲଗାଯାଇଥାଏ ତାହେଲେ ଏହା ବ୍ୟାପକ ହେବ ବୋଲି ଅନୁମାନ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+