For Quick Alerts
Turn On Notification  
For Daily Alerts
Oneindia App Download

ଗତ ୫ ବର୍ଷ ଭିତରେ ୧୬୮ ମହିଳା କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି: ମୁଖ୍ୟମନ୍ତ୍ରୀ

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଲିଖିତ ଆକାରର ଏକ ଉତ୍ତର ଦେଇ କହିଥିଲେ ଯେ ଗତ ୫ ବର୍ଷରେ ଜାନୁଆରୀ ୨୦୧୭ ରୁ ଡିସେମ୍ବର ୨୦୨୧ ମଧ୍ୟରେ ୧୬୮ ଜଣ ମହିଳା କର୍ମଚାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଭିଜିଲାନ୍ସ ମାମଲା ।

|

ଭୁବନେଶ୍ୱର: ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଲିଖିତ ଆକାରେ ପ୍ରଶ୍ନ ପଚାରିଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଯାହା ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି ।

CM Naveen Patnaik

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦୁର୍ନୀତିରେ ମହିଳାଙ୍କ ସମ୍ପୃକ୍ତି ବିଷୟରେ ଜାଣିବାକୁ ଚାହିଁଥିଲେ । ସେ ପ୍ରଶ୍ନ କରିଥିଲେ କି ଗତ ୫ ବର୍ଷ ଭିତରେ ମହିଳା ଓ ଶିଶୁ ବିଭାଗ ସମେତ ଅନ୍ୟ ବିଭାଗର ସରକାରୀ ମହିଳା କର୍ମଚାରୀଙ୍କ ଉପରେ କେତୋଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି ଏବଂ ଚଢ଼ାଉ ବେଳେ ସେମାନଙ୍କର କେତେ ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି ?

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଲିଖିତ ଆକାରର ଏକ ଉତ୍ତର ଦେଇ କହିଥିଲେ ଯେ ଗତ ୫ ବର୍ଷରେ ଜାନୁଆରୀ ୨୦୧୭ ରୁ ଡିସେମ୍ବର ୨୦୨୧ ମଧ୍ୟରେ ୧୬୮ ଜଣ ମହିଳା କର୍ମଚାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଭିଜିଲାନ୍ସ ମାମଲା । ଚଢ଼ାଉ ବେଳେ ଏହି ୫ ବର୍ଷରେ ୭୧ କୋଟି ୨୬ ଲକ୍ଷ ୨୩ ହଜାର ୯୪୯ ଟଙ୍କାର ସମ୍ପତି ଠାବ କରାଯାଇଛି।

ଏହି ତଥ୍ୟରୁ ଯାହା ଅନୁମାନ କରାଯାଉଛି ରାଜ୍ୟରେ ପ୍ରାୟ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି। ତେଣୁ ଏହାକୁ ଯଦି ରୋକ ନ ଲଗାଯାଇଥାଏ ତାହେଲେ ଏହା ବ୍ୟାପକ ହେବ ବୋଲି ଅନୁମାନ କରାଯାଉଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Vigilance Cases Against 168 Women Employees in last 5 Years: CM Naveen Patnaik
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X