ତହସିଲଦାରଙ୍କ ଘରେ ଭିଜିଲାନ୍ସ, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ
ଭିଜିଲାନ୍ସ ପଞ୍ଝାରେ ରେମୁଣା ତହସିଲଦାର ବିଦ୍ୟାଧର ପତି। ସପ୍ତାହ ପୁର୍ବରୁ କାର୍ଯ୍ୟରେ ଯୋଗ ଦେଇଥିଲେ ବିଦ୍ୟାଧର ପତି । ଭିଜିଲାନ୍ସ ପକ୍ଷରୁ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱରର ତିନୋଟି ସ୍ଥାନ, ବାଲେଶ୍ବର କୁରୁଡା ଏବଂ ସୋର ମଧ୍ୟ ଚଢ଼ାଉ ହୋଇଛି ।

ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଭିଜିଲାନ୍ସ ହାତରେ ଲାଗିଛି। ଆୟ ବହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛନ୍ତି ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ । କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଥିବା ବେଳେ ବାବୁଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା କୁହାଯାଉଛି । ଏଥିସହ ତାଙ୍କ ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ଘରେ ରେଡ ଚାଲିଥିୱା ସୁଚନା ରହିଛି












Click it and Unblock the Notifications