ଗିରଫ ହେଲେ ଖଣି ଅଧିକାରୀ
ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝରର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା ଆଜି ଗିରଫ ହୋଇଛନ୍ତି। ଖଣି ଅଧିକାରୀ ଶ୍ରୀ ହେତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଗତକାଲି ଶ୍ରୀ ହେତାଙ୍କର ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ଓ ଭବାନୀପାଟଣାସ୍ଥିତ ୭ଟି ଠିକଣାରେ ଚଢ଼ାଉ କରି ପୁଳାପୁଳା ସମ୍ପତ୍ତି ଠାବ କରିଥିଲେ।
ଭିଜିଲାନ୍ସର ଚଢାଉ ସମୟରେ ତାଙ୍କ ନିକଟରୁ ୧୬୭ ପ୍ରତିଶତ ଅଧିକ ମାତ୍ରାରେ ସମ୍ପତ୍ତି ବର୍ତ୍ତମାନ ସୁଦ୍ଧା ଠାବ ହୋଇଛି। ପଦ୍ମନାଭଙ୍କ ଠାରୁ ୧୪ ଟି ପ୍ଲଟ, ୩ଟି କୋଠା, ଗୋଟିଏ ଚାରି ମହଲା ଘର, ଦୁଇଟି ବେନାମୀ ଫ୍ଲାଟ ଠାବ ହୋଇଛି। ୫ ଏକରର ଫାର୍ମ ହାଉସ ମିଳିଛି ଯାହାର ମୂଲ୍ୟ ୭୦ ଲକ୍ଷ ଟଙ୍କା ହୋଇଥିବା ଆକଳନ କରାଯାଇଛି। ୫୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରାଶି, ଏକ ଲକ୍ଷ ନଗଦ କ୍ୟାସ ଓ ୩୦୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ।

ସୂଚନାଯୋଗ୍ୟ, ଭିଜିଲାନ୍ସ ବିଭାଗ ପକ୍ଷରୁ ହୋତାଙ୍କର କେନ୍ଦୁଝରର ଜଗନ୍ନାଥପୁରସ୍ଥିତ ଦୁଇ ମହଲା ଘର, ଭୁବନେଶ୍ୱରର କୋରଡୋକଣ୍ଟାସ୍ଥିତ ୪ ମହଲା କୋଠା, କେନ୍ଦୁଝରର ଘଷିପୁରା ତହସିଲର ମଦନପୁରସ୍ଥିତ ଫାର୍ମ ହାଉସ୍, କେନ୍ଦୁଝରରସ୍ଥିତ ଅଫିସ୍ ଚ୍ୟାମ୍ବର, ଭବାନୀପାଟଣାସ୍ଥିତ ଭଡ଼ା ଘର ସହିତ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବଳରାମପୁରରେ ତାଙ୍କ ସଂପର୍କୀୟଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା।












Click it and Unblock the Notifications