ଆଠଗଡ଼ ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ; ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ

ଆଠଗଡ଼ ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ । ପ୍ରଦୀପଙ୍କ ଘରୁ ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ ।
ଭୁବନେଶ୍ବରରେ ୨ଟି କୋଠା, ଗୋଟିଏ ଫ୍ଲାଟ ମିଳିଥିଲା । ୩ଟି ପ୍ଲଟ, ୪୭ ଲକ୍ଷର ଜମା, ୬ ଲକ୍ଷ ନଗଦ ଟଙ୍କା ମିଳିଥିଲା । ୪୫୨ ଗ୍ରାମ୍‌ ସୁନା, ୨ଟି କାର୍ ମଧ୍ୟ ପାଇଥିଲା ଭିଜିଲାନ୍ସ ।

Vigilance arrests Athagarh

ସୂଚନା ଯୋଗ୍ୟ, କଟକ ଜିଲା ଆଠଗଡ ବିଡ଼ିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଚଢାଉ ବେଳେ ପୁଳା ପୁଳା ସୁନା ସାଙ୍ଗକୁ ହୀରା ହାର ମିଳିଥିଲା। ଏହାସହିତ ନଗଦ ୬ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍‌‌ । ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡ ସମେତ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌‌ ଚଢାଉ କରିଥିଲା। ଭୁବନେଶ୍ୱରର ଗୌତମ ନଗର ସ୍ଥିତ ବାସଭବନ, ଆଠଗଡରେ ଥିବା କାର୍ଯ୍ୟାଳୟ ଓ କ୍ୱାଟର, ରାଜସୁନାଖଳାରେ ପୈତୃକ ବାସଭବନରେ ଚଢାଉ ହୋଇଥିଲା । ଚଢାଉରେ ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଏବଂ ୧୦ଜଣ ଏଏସଆଇ ସାମିଲ ହୋଇଥିଲେ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସର ୮ ଜଣିଆ ଟିମ୍ ବିଡିଓଙ୍କ ମୋଟ ୮ଟି ସ୍ଥାନରେ ଚଢାଉ ଆରମ୍ଭ କରିଥିଲା। ଏହା ସହିତ ଆଜି ଭୁବନେଶ୍ବର ଏସବିଆଇ ମୁଖ୍ୟ ଶାଖାରେ ଥିବା ତାଙ୍କର ଲକରକୁ ମଧ୍ୟ ଯାଞ୍ଚ କରିଥିଲା । ଏହା ପରେ ବିଡିଓଙ୍କୁ ବାନ୍ଧିଛି ଭିଜିଲାନ୍ସ ।

ଭିଜିଲାନ୍ସ ଚଢାଉ ପରେ ଆଠଗଡ଼ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ର ୮ଟି ସ୍ଥାନରେ ବୁଧବାର ଚଢ଼ାଉ କରିବା ବେଳେ ୨ଟି କୋଠା, ୩ ପ୍ଲଟ୍‌, ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ୍‌, ୪୭ ଲକ୍ଷ ଟଙ୍କାର ଜମା ଟଙ୍କା, ନଗଦ ୬.୧୧ ଲକ୍ଷ ଟଙ୍କା, ଦାମୀ ଡାଏମଣ୍ଡ ନେକ୍‌ଲେସ୍‌, ପ୍ରାୟ ୩୦୦ ଗ୍ରାମ୍‌ର ସୁନା, ଦୁଇଟି ୪ ଚକିଆ ଗାଡ଼ି ଆଦି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ଏହା ସହିତ ଖୋର୍ଦ୍ଧାର ଭାଲିବଡ଼ିରେ ଗୋଟିଏ କୋଠା, ନୟାଗଡ଼ର ରାଜସୁନାଖଳାରେ ପୈତୃକ ବାସଗୃହ ଗୋଟିଏ ତିନିମହଲା କୋଠା, ୩ଟି ପ୍ଲଟ୍‌, ଭୁବନେଶ୍ୱର ଗୌତମ ନଗରରେ ୨ ବିଏଚ୍‌କେ ଫ୍ଲାଟ୍‌ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+