ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ARIଙ୍କୁ ବାନ୍ଧିଲା ଭିଜିଲାନ୍ସ
ARIଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲ ARI ସୁରେନ୍ଦ୍ର କୁମାର ତନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ARI ସୁରେନ୍ଦ୍ର କୁମାରଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା। ଚଢ଼ାଉ ବେଳେ ARIଙ୍କର ୧୭ ପ୍ଲଟ୍ ସହ ଗୋଟିଏ ୩ ତାଲା ବିଲ୍ଡିଂ୮୪ ଲକ୍ଷ ଡିପୋଜିଟ୍ ଓ ୧୫୦ ଗ୍ରାମ ସୁନା ଭିଜିଲାନ୍ସ ଜବତ କରିଥିଲା।
ଏଥିସହ ARIଙ୍କ ଘରୁ ୧ ଲକ୍ଷ ୫୫ ହଜାର ନଗଦ ଟଙ୍କା ଓ ୩ଟି ୪ ଚକିଆ ଯାନ ଭିଜିଲାନ୍ସ ଜବତ କରିଥିଲା। ARI ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିଥିଲେ। ହେଲେ ସେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି।












Click it and Unblock the Notifications