ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ
ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ବିଇଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ବିଇଓଙ୍କର ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମ କୃଷ୍ଣନଗରରେ ଥିବା ଘର ସମେତ ୩ଟି ସ୍ଥାନ ଓ ପୋଲସରାର ୨ଟି ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ଚଢ଼ାଉ ବେଳେ ବିଇଓଙ୍କର ୩ଟି ବହୁତଳ କୋଠା ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ। ଏଥିସହ ବିଇଓଙ୍କ ଘରୁ ନଗଦ ୬.୫ ଲକ୍ଷ ଟଙ୍କା ସହ ବ୍ୟାଙ୍କ ଜମା ୩୫.୬୧ ଲକ୍ଷ ଟଙ୍କା ଓ ଗୋଟିଏ କାର୍ ଠାବ କରାଯାଇଥିଲା। ସେହିପରି ଚଢ଼ାଉ ବେଳେ ସୁନା, ରୁପା ଗିନା,ଚାମଚ, ଦାମୀ ଘଣ୍ଟା ଜବତ କରାଯାଇଥିବା ସୂଚନା ରହିଛି।
ବିଇଓ ଠୁଳ କରିଥିବା ସମ୍ପତ୍ତି ବାବଦରେ ପଚାରିଥିଲେ ଭିଜିଲାନ୍ସ ଅଧିକାରୀ। ହେଲେ ବିଇଓ ଠୁଳ କରିଥିବା ସମ୍ପତ୍ତି ବାବଦରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ପରେ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି। ବିଇଓଙ୍କ ନାଁରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।












Click it and Unblock the Notifications