ଭିଜିଲାନ୍ସ ପଞ୍ଝାରେ ବଲାଙ୍ଗିର ଜେଣ୍ଡର କୋର୍ଡିନେଟର, ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ମାଡ଼ି ବସିଲା ଭିଜିଲାନ୍ସ
ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜେଣ୍ଡର କୋର୍ଡିନେଟର । ୩୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ବଲାଙ୍ଗିରର ମମଗ୍ର ଶିକ୍ଷା ଯୋଜନାର ସଂଯୋଜକ ପୁଷ୍ପାଙ୍ଗୀନୀ ଯୋଶୀଙ୍କୁ ଧରିଛି ଭିଜିଲାନ୍ସ । ପ୍ରଧାନ ଶିକ୍ଷକଙ୍କ ବିଲ୍ ଆଡଜଷ୍ଟ ପାଇଁ ଲାଞ୍ଚ ନେଉଥିଲେ। ପୁଷ୍ପାଙ୍ଗୀନିଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି କରାଯାଇଛି ।

ମିଳିଥିବା ସୂଚନାନୁସାରେ, ପ୍ରଧାନ ଶିକ୍ଷକଙ୍କର ସାର୍ଟିଫିକେଟଗୁଡିକୁ ମଞ୍ଜୁରୀ ପାଇଁ ୩୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୁଷ୍ପାଞ୍ଜଳି । ଏନେଇ ପ୍ରଧାନ ଶିକ୍ଷକ ଭିଜିଲାନ୍ସକୁ ଜଣାଇଥିଲେ । ପୂର୍ବ ଯୋଜନା ମୁତବାକ, ଆଜି ପ୍ରଧାନ ଶିକ୍ଷକ ତାଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଚଢାଉ କରିଥିଲା ଭିଜିଲାନ୍ସ । ଏହା ପରେ ପୁଷ୍ପାଞ୍ଜଳୀଙ୍କ ଘର ଥିବା ଅନ୍ୟ ତିନିଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।












Click it and Unblock the Notifications