ଗାଡି ଚାଳନା କରି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ଆକ୍ସନ ନେଲା ପୋଲିସ, ୫ ଗିରଫ
ଭୁବନେଶ୍ୱର : ରାଜଧାନୀର ରାଜପଥରେ ଆତଙ୍କ। ଜନପଥରେ ବେପରୁଆ ଗାଡି ଚାଳନା କରି ଆତଙ୍କ ଖେଳାଇଲେ କିଛି ଯୁବକ। ଜନ ଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ବୃତ୍ତଙ୍କ ବେପରୁଆ ଗାଡି ଚାଳନା ଦେଖି ଅନ୍ୟ ଯାତ୍ରୀ ଆତଙ୍କିତ ହୋଇ ପଡିଛନ୍ତି। ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଭାବେ ଗାଡି ଚାଳନା କରିଥିଲେ ଏହି ଅଭିଯୁକ୍ତମାନେ। ସେମାନଙ୍କର ଆଉ କିଛି ସାଥୀ ମଧ୍ୟ ଅଛନ୍ତି।

ଅଭିଯୁକ୍ତମାନେ ମୋଟ ୪ଟି ର୍କାରେ ରାସ୍ତାରେ ଯାଉଥିବା ବେଳେ ବେପରୁଆ ଡ୍ରାଇଭିଂ କରି ଆତଙ୍କ ଖେଳାଇଥିଲେ। ଦୁଇଟି କାରରେ ଦୁଇ ଜଣ ସନ୍ ରୁଫ୍ ଦେଇ ବାହାରକୁ ବାହରିଥିଲେ ଓ ଜୋରରେ ଚିତ୍କାର କରୁଥିଲେ। ସେଥିରୁ ଗୋଟିଏ କାରର ଝରକା ଦେଇ ଜଣେ ବାହାରକୁ ବସିଥିଲେ ଓ ପାଟି କରୁଥିଲେ। ବର୍ତ୍ତମାନ ବେପରୁଆ ଗାଡ଼ିଚାଳନା ଘଟଣାରେ କମିଶନରେଟ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି।












Click it and Unblock the Notifications