କାହିଁକି ରାଗି ଗଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ?, ଦେଖନ୍ତୁ ଭିଡିଓ...

ଗତକାଲି ରାତିରେ କାଳବୈଶାଖୀ ବର୍ଷାରେ ନୂଆପଡ଼ାସ୍ଥିତ ବାଲିସାହି ବସ୍ତିବାସିନ୍ଦା ଦୁର୍ଦ୍ଦଶା ଭୋଗିଛନ୍ତି । ତେବେ ଯାହା ପାଇଁ ରାଗିଯାଇଥିଲେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳ।

କଟକ: ଗତକାଲି ରାତିରେ କାଳବୈଶାଖୀ ବର୍ଷାରେ ନୂଆପଡ଼ାସ୍ଥିତ ବାଲିସାହି ବସ୍ତିବାସିନ୍ଦା ଦୁର୍ଦ୍ଦଶା ଭୋଗିଛନ୍ତି । ତେବେ ଯାହା ପାଇଁ ରାଗିଯାଇଥିଲେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳ। ସାଙ୍ଗରେ ଥିଲେ ତାଙ୍କ ପୁଅ ତଥା ବିଧାୟକ ସୌଭିକ ବିଶ୍ୱାଳ । କଟକ ମହାନଗର ନିଗମ କମିଶନର(ସିଏମସି) ଅନନ୍ୟା ଦାସଙ୍କ ପ୍ରତି ଥିବା ନିଜର କ୍ଷୋଭକୁ ବ୍ୟକ୍ତ କରିଥିଲେ ବିଜେଡିର ଏହି ଦୁଇ ନେତା । ଗୋଟିଏ ଜିଦ୍ ସିଏମସି କମିଶନରଙ୍କୁ ଡାକନ୍ତୁ ଆମେ ଭେଟିବୁ। କିନ୍ତୁ ଲେଡ଼ି ଆଇଏଏସ୍ ଅଫିସରଙ୍କ ପ୍ରଭାବ ଆଗରେ ଜିଲ୍ଲା ପ୍ରଶାସନ ନାଚାର ହୋଇପଡ଼ିଥିଲା।

ଲେଡି ଅଫିସର କଣ ଭାବୁଛନ୍ତି ନିଜକୁ.. ମୁଁ ଜଣେ ସିନିୟର ଲୋକ... ହାଓ ଡେୟାର...ମୁଁ ସାତ କିଲୋମିଟର ଚାଲିକି ଆସୁଛି। ହାଓ ଡେୟାର... ଆଇ ଟେଲ୍‌ ୟୁ...ଟଙ୍କା ଯେମିତି ନିଜର... ଆମେ ରକ୍ତ ଦେଇ କାମ କରିଛୁ। ମୋତେ କଷ୍ଟ ଲାଗୁଛି... ମୁଁ ଜାଣି ପାରୁନି କିଛି... ମୁଁ ସିଏମସି କମିଶନରଙ୍କୁ ଚ୍ୟାଲେଞ୍ଜ କରୁଛି ସେ ନିର୍ବାଚନ ଲଢି ଦେଖାନ୍ତୁ। ଏମିତି କ୍ଷୋଭ ଏବଂ ଶାଣିତ ସ୍ଵରରେ କଟକ ମହାନଗର ନିଗମ କମିଶନରଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା କଟକ-ଚୌଦ୍ଵାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ।

ଉଲ୍ଲେଖଯୋଗ୍ୟ ଯେ, ଏସସିବି ମେଡିକାଲର ସମ୍ପ୍ରସାରଣ ପାଇଁ ନୂଆପଡ଼ାସ୍ଥିତ ବାଲିସାହି ବସ୍ତି ଉଚ୍ଛେଦ କରଯାଇଛି ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି । ମାତ୍ର ଗତକାଲି ଆସିଥିବା କାଳବୈଶାଖି ଫଳରେ ବସ୍ତିବାସିନ୍ଦାଙ୍କ ଘରେ ପାଣି ପଶିବା ଓ ରାତିସାରା ବର୍ଷାପବନରେ ସେମାନେ ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ପାଇନଥିବା ଅଭିଯୋଗ ହୋଇଛି ।

Prabhat Biswal

ତେବେ ପ୍ରଭାତ ବିଶ୍ବଳଙ୍କ କହିବା ଅନୁସାରେ ରାଜ୍ୟରେ ଜାରି ରହିଥିବା ଲକଡାଉନ ସମୟରେ ବସ୍ତିରେ ଉଚ୍ଛେଦିକରଣ ପ୍ରକ୍ରିୟା ଆରମ୍ଭ ନ କରିବାକୁ ସେ ସିଏମସି କମିଶନରଙ୍କୁ ଅନୁରୋଧ କରିଥିଲେ । ମାତ୍ର ତାଙ୍କ କଥା କମିଶନର ଶୁଣି ନଥିବା ସେ ଜିଲ୍ଲାପାଳଙ୍କ ଆଗରେ ଅଭିଯୋଗ କରିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ସିଏମସି କମିଶନର ଶ୍ରୀମତୀ ଦାସ କରୋନା ମହାମାରୀ ସଂକ୍ରମଣବେଳେ ମାଲଗୋଦାମ ଅଂଚଳରୁ ବସ୍ତି ଉଚ୍ଛେଦ କରିବା ପାଇଁ କାହିଁକି ଏତେ ଜିଦ୍ ଧରିଥିଲେ। ସ୍ଥାନୀୟ ବିଧାୟକ ଓ ଲୋକପ୍ରତିନିଧିଙ୍କ ଅନୁରୋଧକୁ ବି ଏଡ଼ାଇ ଯାଇଥିଲେ। ଗରିବ ବସ୍ତିବାସିନ୍ଦାଙ୍କୁ ନେଇ ମହାନଗର ନିଗମ ଯେଉଁ ସ୍ଥାନରେ ଥଇଥାନ କରିଛି ସେଠାରେ ଆବଶ୍ୟକ ବ୍ୟବସ୍ଥା ନଥାଇ ଏଭଳି ଥଇଥାନ କରିବାର ଆବଶ୍ୟକତା କ'ଣ ରହିଥିଲା ଓ କାଳବୈଶାଖୀ ପ୍ରଭାବରେ ସେଠାରେ ଲୋକେ ହନ୍ତସନ୍ତ ହେଉଥିଲେ ମଧ୍ୟ କମିଶନର ଶ୍ରୀମତୀ ଦାସ କାହିଁକି ସେଠାକୁ ଯାଇନଥିଲେ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+