For Quick Alerts
Turn On Notification  
For Daily Alerts
Oneindia App Download

ଗୋଟିଏ ଗୁଳି ନେଇଗଲା ନବଙ୍କ ଜୀବନ, ଶରୀର ଭେଦି ବାହାରି ଗଲା ଆରପଟେ: ଦେଖନ୍ତୁ, ଗୁଳିମାଡ ବେଳର ଛାତିଥରା ଦୃଶ୍ୟ...

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକଠାରେ ଆଜି ଯେଉଁ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି, ତାହା ବୋଧ ହୁଏ ଓଡି଼ଶା ରାଜନୈତିକ ଦୃଶ୍ୟପଟ୍ଟରେ ପ୍ରଥମ ତଥା ବିରଳ । ଯାହା ସାର ରାଜ୍ୟକୁ ସ୍ତବ୍ଧ କରି ଦେଇଛି ।

|

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକଠାରେ ଆଜି ଯେଉଁ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି, ତାହା ବୋଧ ହୁଏ ଓଡି଼ଶା ରାଜନୈତିକ ଦୃଶ୍ୟପଟ୍ଟରେ ପ୍ରଥମ ତଥା ବିରଳ । ଯାହା ସାର ରାଜ୍ୟକୁ ସ୍ତବ୍ଧ କରି ଦେଇଛି । ତେବେ କେବଳ ଯେ, ଖାଲି ରାଜ୍ୟ ନୁହେଁ, ବରଂ ଦେଶରେ ମଧ୍ୟ ଏହି ଘଟଣା ଶାନ୍ତି ପ୍ରିୟ ରାଜ୍ୟ ଓଡିଶାକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଟାଣି ନେଇଛି ।

Odisha Health Minister

ଦିନଦ୍ୱିପହରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ପୋଲିସ ଉପସ୍ଥିତିରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ହୋଇଛି । କୌଣସି ହାର୍ଡକୋର କ୍ରିମିନାଲ ନୁହେଁ ବରଂ ଏହି କାଣ୍ଡ ଭିଆଇଛନ୍ତି ଜଣେ ପୋଲିସ କର୍ମଚାରୀ । ନାମ ଗୋପାଳକୃଷ୍ଣ ଦାସ । ଗୁଳିମାଡ଼ ହୋଇଥିବା ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକ ସ୍ଥିତ ଫାଣ୍ଡିର ଏଏସ୍ଆଇ ଅଟନ୍ତି ଗୋପାଳ । ତେବେ କାହିଁକି ଗୋପାଳ ଏପରି କାଣ୍ଡ ଘଟାଇଲେ ତାହା ଏଯାଏ ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କ ପତ୍ନୀ ଓ ତାଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର କହିଛନ୍ତି ଯେ, ସେ କାଳେ ମାନିସକ ରୋଗରେ ପୀଡିତ ଥିଲେ ।

ଦିନ ପ୍ରାୟ ବାରଟା । ବ୍ରଜରାଜନଗର ଗାନ୍ଧୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥାନ୍ତି । କାରରୁ ଓହ୍ଲାଇବା ସମୟରେ ବିଜେଡ଼ି କର୍ମାମାନେ ତାଙ୍କୁ ଫୁଲତୋଢା ଦେଇ ସ୍ୱାଗତ କରୁଥାନ୍ତି । ମାତ୍ର ହଠାତ୍ ଠୋ କରି ଶୁଭିଲା କିଛି ଶବ୍ଧ । କିଏ କିଛି ବୁଝିବା ଆଗରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଛାତିରେ ବାଜିଥିଲା ଗୋଟିଏ ଗୁଳି । ଯାହା ତାଙ୍କ ଶରୀରକୁ ଭେଦ କରି ଆରପଟେ ବାହାରି ଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ସେଇଠି ଟଳି ପଢିଥିଲେ ନବ । ଅନ୍ୟ ଗୋଟିଏ ଗୁଳି ଜଣେ ବିଜେଡି କର୍ମୀଙ୍କ ଉପରକୁ ଚଳାଇଥିଲେ ଗୋପାଳ । ପରେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ସେଠାରେ ମୁତୟନ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଓ ଅନ୍ୟଜଣେ କନେଷ୍ଟବଳ । ସବୁ ଏତେ ହଠାତ ଘଟିଗଲା ଯେ, କେହି କିଛି ବୁଝି ପାରିନଥିଲେ ।

ପରେ ଗୁରୁତର ଅବସ୍ଥାରେ ନବ ଦାସଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଅଧିକ ବିଗିଢିବାରୁ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମନ୍ତ୍ରୀ ନବ ଦାସଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ହସ୍ପିଟାଲ କତୃପକ୍ଷ କହିଥିଲେ । ଶେଷରେ ଦୀର୍ଘ ସମୟ ଚିକିତ୍ସା କରାଯିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Video: The Moment, When Odisha Health Minister Was Shot
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X