ନାରୀ ଶକ୍ତିର ବିଜୟ : ବିକଶିତ ଭାରତ ସଂକଳ୍ପ ଯାତ୍ରାର ପରିବର୍ତ୍ତନକାରୀ କାହାଣୀ

ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଭାରତ ସରକାର ବିଭିନ୍ନ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି । ମିଶନ ପୋଷଣ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ) ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପରି ପ୍ରମୁଖ ଯୋଜନା ଗୁଡିକ ସମଗ୍ର ଦେଶରେ ମହିଳା ମାନଙ୍କର ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ସମର୍ପଣ ମନୋଭାବକୁ ସୂଚିତ କରିଥାଏ ।

ଝାଡ଼ଖଣ୍ଡର ଖୁଣ୍ଟିରୁ ୨୦୨୩ ନଭେମ୍ବର ୧୫ ରେ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସରକାରୀ ଯୋଜନା ଗୁଡ଼ିକର ଲାଭ ସମସ୍ତ ନାଗରିକ , ବିଶେଷ କରି ମହିଳା ମାନଙ୍କ ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ସ୍ଥାନୀୟ ଭାଷାରେ ସୂଚନାରେ ସଜ୍ଜିତ ଏହି ଯାତ୍ରା ପାଇଁ ସ୍ୱତନ୍ତ୍ର ଭାବେ ସଜ୍ଜିତ ଆଇଇସି ଭ୍ୟାନ୍ ମହିଳା ମାନଙ୍କ ମଧ୍ୟରେ ସମ୍ମାନ, ଆତ୍ମବିଶ୍ୱାସ ବୃଦ୍ଧି କରୁଛି ଏବଂ ସାମଗ୍ରିକ କଲ୍ୟାଣ ବୃଦ୍ଧି କରିବାରେ ସହାୟକ ହେଉଛି, ଯାହା ସାମାଜିକ ପ୍ରଗତି ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

 viksit bharatsankalpyatra

ଏହି ଯାତ୍ରା ସମୟରେ ବିଭିନ୍ନ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କର ନାମ ପଞ୍ଜୀକରଣ ପାଇଁ ଅଭିନବ 'ଅନ ସ୍ପଟ୍ ରେଜିଷ୍ଟ୍ରେସନ୍‌' (ସେହି ସ୍ଥାନରେ ପଞ୍ଜୀକରଣ) ଅଭିଯାନ ଚାଲିଛି । ଏହି ସକ୍ରିୟ ଆଭିମୁଖ୍ୟର ଉଦ୍ଦେଶ୍ୟ ହେଉଛି ଲୋକ ମାନଙ୍କୁ ଉପଲବ୍ଧ କରାଯାଉଥିବା ଯୋଜନା ଗୁଡିକର ପରିସର ଏବଂ ସେମାନଙ୍କ ସହ ଜଡ଼ିତ ଲାଭ ବିଷୟରେ ସଚେତନ କରିବା, ଯୋଗ୍ୟ ବ୍ୟକ୍ତି ମାନଙ୍କୁ ସମ୍ପୃକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏବଂ ସେଥିରୁ ସେମାନେ ଲାଭ ଉଠାଇବା ପାଇଁ ଉତ୍ସାହିତ କରିବା ।

ଏହି ଯାତ୍ରା ସମୟରେ ସରକାର "ସ୍ୱାସ୍ଥ୍ୟ ବାଳକ ସ୍ପର୍ଦ୍ଧା (ଏସ୍‌ବିଏସ୍‌)" ମଧ୍ୟ ଆୟୋଜନ କରୁଛନ୍ତି । ପୋଷଣ ପ୍ରତି ସକାରାତ୍ମକ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଇ ଗୋଷ୍ଠୀ ନିୟୋଜନକୁ ଉନ୍ନତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ସୁସ୍ଥ ପିଲାମାନଙ୍କୁ ସ୍ୱୀକୃତି ପ୍ରଦାନ କରେ ଏବଂ ସମ୍ମାନିତ କରେ ।

ଭିବିଏସ୍‌ୱାଇର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି "ମେରି କହାନୀ ମେରି ଜୁବାନୀ (ଏମ୍‌କେଏମ୍‌ଜେଡ୍‌)" / ମୋ ମୁହଁରେ ମୋ କାହାଣୀ' ପଦକ୍ଷେପ, ଯେଉଁଠାରେ ହିତାଧିକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଅନୁଭୂତି ବାଣ୍ଟିଥାନ୍ତି ଏବଂ ସେମାନଙ୍କ ଜୀବନ ଉପରେ ସରକାରୀ ଯୋଜନା ଗୁଡିକର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଉଲ୍ଲେଖ କରିଥାନ୍ତି । ଆସନ୍ତୁ ନଜର ପକାଇବା ଏଭଳି କିଛି କାହାଣୀ ଉପରେ :

ଅରୁଣାଚଳ ପ୍ରଦେଶର ଜୋବରଙ୍ଗ ଓ ରିଙ୍ଗୟାଙ୍ଗ ଗ୍ରାମ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ପୋଷଣ ଅଭିଯାନର ହିତାଧିକାରୀ କର୍ମା ଦେଚିନ୍ 'ମେରି କହାନୀ ମେରି ଜୁବାନୀ' ଜରିଆରେ ନିଜର କାହାଣୀ ବାଣ୍ଟିଥିଲେ । ସେ କହିଛନ୍ତି ଯେ ଅଙ୍ଗନୱାଡି କର୍ମୀମାନେ ପ୍ରତି ମାସରେ ଗସ୍ତ କରି ପିଲାମାନଙ୍କୁ ସ୍ତନ୍ୟପାନ କରିବାର ଗୁରୁତ୍ୱ ବିଷୟରେ ଅବଗତ କରାଇବା, ସେମାନଙ୍କର ବୃଦ୍ଧି ମାପିବା ଏବଂ ସେମାନଙ୍କୁ ରାସନ ମଧ୍ୟ ପ୍ରଦାନ କରନ୍ତି ।

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ)ର ହିତାଧିକାରୀ ପଞ୍ଜାବର ପଠାନକୋଟର କୋଟ ଭଟ୍ଟିଆନ ଗ୍ରାମର ଶ୍ରୀମତୀ ଇନ୍ଦୁ ଏହି ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇବାର ଅଭିଜ୍ଞତା ସମ୍ପର୍କରେ ନିଜର କାହାଣୀ ବାଣ୍ଟିଥିଲେ । ସେ କହିଛନ୍ତି ଯେ ଏହା ତାଙ୍କର ପ୍ରଥମ ଗର୍ଭଧାରଣ ଏବଂ ତାଙ୍କୁ ଆର୍ଥିକ ସହାୟତା ମିଳିଛି ଯାହା ପାଇଁ ସେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଉଛନ୍ତି ।

ଏହା ବ୍ୟତୀତ , ମହାରାଷ୍ଟ୍ରର ଧରାଶିବ ଜିଲ୍ଲାର ଆମ୍ବେଜାଭାଲଗେ ଗ୍ରାମର ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ) ର ଅନ୍ୟ ଜଣେ ହିତାଧିକାରୀ ରେଶମା ସାବଲେ ବର୍ଣ୍ଣନା କରିଛନ୍ତି ଯେ ଏହି ଯୋଜନା ଅଧୀନରେ ଦିଆଯାଉଥିବା ସହାୟତା ତାଙ୍କୁ ପୁଷ୍ଟିକର ଖାଦ୍ୟ ପାଇବାରେ କିପରି ସାହାଯ୍ୟ କରିଛି ।

କର୍ଣ୍ଣାଟକର ହାଭେରି ଜିଲ୍ଲାର ଡମ୍ବରମାଟ୍ଟୁର ଗ୍ରାମର ଶ୍ରୀମତୀ ନିବେଦିତା କେବି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ସେ ଉପକୃତ ହୋଇଛନ୍ତି ଏବଂ ଅଙ୍ଗନୱାଡିରେ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ଯୋଗୁଁ ତାଙ୍କ ପିଲାମାନେ ସୁସ୍ଥ ହୋଇ ବଢ଼ୁଛନ୍ତି ।

କର୍ଣ୍ଣାଟକର ନୟାମତି ତାଲୁକର ଚଟନହଲ୍ଲୀ ଗ୍ରାମର ଶ୍ରୀମତୀ ସଙ୍ଗୀତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଅଧୀନରେ ତାଙ୍କର ପ୍ରଥମ ପ୍ରସବ ପାଇଁ ତାଙ୍କୁ ୫,୦୦୦ ଟଙ୍କା ମିଳିଥିଲା । ସେ କହିଥିଲେ ଯେ ଆଶା କର୍ମୀମାନେ ପ୍ରତି ମାସରେ ପୁଷ୍ଟିକର ଖାଦ୍ୟ ପ୍ରଦାନ କରନ୍ତି ଏବଂ ସଂସ୍ଥାଗତ ପ୍ରସବରେ ସାହାଯ୍ୟ କରନ୍ତି ।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଯେତିକି ଆଗକୁ ବଢ଼ୁଛି, ଏହି ମହିଳାଭିତ୍ତିକ କଲ୍ୟାଣକାରୀ ଯୋଜନା ନାରୀ ଶକ୍ତିର ସଶକ୍ତିକରଣ ପାଇଁ ସରକାରଙ୍କ ସମର୍ପଣର ଏକ ଉଜ୍ଜ୍ୱଳ ପ୍ରମାଣ ପାଲଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+