ନ୍ୟାୟ ନ ମିଳିବାରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ

ଋଣ ବୋଝ ସହି ନ ପାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରାସିନ ଢାଳି ଆତ୍ମତହ୍ୟା ଉଦ୍ୟମ କରିଥିଲେ ଖୋର୍ଦ୍ଧା ବୋଲଗଡ଼ର କାଠ ବ୍ୟବସାୟୀ ବ୍ରଜବନ୍ଧୁ ସାହୁ।

ଭୁବନେଶ୍ବର: ଅଲଲାଇନ ଠକେଇର ଶୀକାର ହେବା ପରେ ବାରମ୍ବାର ଅଭିଯୋଗ ସତ୍ବେ ମିଳିଲାନି ନାୟ । ଗୋଟିଏ ବର୍ଷ ବିତିଗଲା ଋଣ ଦେଇଥିବା ବ୍ୟାଙ୍କରୁ ଆସିଲା କଲ । ଋଣ ବୋଝ ସହି ନ ପାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରାସିନ ଢାଳି ଆତ୍ମତହ୍ୟା ଉଦ୍ୟମ କରିଥିଲେ ଖୋର୍ଦ୍ଧା ବୋଲଗଡ଼ର କାଠ ବ୍ୟବସାୟୀ ବ୍ରଜବନ୍ଧୁ ସାହୁ।

ସୂଚନା ଅନୁଯାୟୀ, ବ୍ରଜବନ୍ଧୁଙ୍କର ବୋଲଗଡ଼ରେ ଏକ ସରକାରୀ କାଠ ଗୋଲା ରହିଛି। ଗତବର୍ଷ ଅନ୍‌ଲାଇନ୍‌ରେ ସେ ପୋଲାଣ୍ଡରୁ କାଠ ଅର୍ଡର କରିଥିଲେ । ଏଥି ପାଇଁ ସେ ଘରୋଇ ବ୍ୟାଙ୍କରୁ ପ୍ରାୟ ୧୬.୭୬ ଲକ୍ଷ ଟଙ୍କା ଲୋନ କରିଥିଲେ । ତେବେ ଟଙ୍କା ଡିପୋଜିଟ କରିବା ପରେ ପାରଦୀପ ବନ୍ଦରରେ କାଠ ପହଞ୍ଚିବାର ଥିଲା । ମାତ୍ର ନିର୍ଦ୍ଧାରିତ ସମୟରେ ପାରାଦୀପରେ କୌଣସି କାଠ ପହଞ୍ଚି ନ ଥିଲା। ଏନେଇ ସେ ବୋଲଗଡ଼ ଥାନାକୁ ଅବଗତ କରିବା ପରେ ସେମାନଙ୍କ ପରାମର୍ଶ କ୍ରମେ କଟକସ୍ଥିତ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ରେ ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଅଭିଯୋଗ କରିଥିଲେ।

attempt to suicide

ମାତ୍ର ଏନେଇ କୌଣସି ପଦକ୍ଷେପ ନିଆ ନ ଯିବାରୁ ବ୍ରଜବନ୍ଧୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ଏସ୍‌ପିଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନିଆ ଯାଇ ନ ଥିଲେ। ସବୁ ଆଡୁ ନିରାଶ ହେବା ପରେ ୧୫ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆତ୍ମାହୁତି ଦେବେ ବୋଲି ଜିଲ୍ଲାପାଳଙ୍କୁ ଚେତାବନୀ ଦେଇଥିଲେ। ଏହାପରେ ଆଜି କିରୋସିନି ଢାଳି ଆତ୍ମାହୂତି ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ପୋଲିସ୍‌ କର୍ମୀ ତାଙ୍କୁ କାବୁ କରି ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+