ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ; ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା

ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଅଗଷ୍ଟ ୨୧ ନାମାଙ୍କନ ଦାଖଲର ଶେଷ ତାରିଖ । ୨୨ ଅଗଷ୍ଟରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅଗଷ୍ଟ ୨୫ ।

ସେପ୍ଚେମ୍ବର ୯ ତାରିଖ ସକାଳ୧୦ରୁ ଅପରାହ୍ଣ ୫ ଯାଏ ଭୋଟିଂ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜ ସଂଖ୍ୟା ୭୮୮ । ଇଲେକ୍ଟୋରାଲ କଲେଜରେ ଅଛନ୍ତି ରାଜ୍ୟସଭାର ୨୩୩ ନିର୍ବାଚିତ ସଦସ୍ୟ, ୧୨ ମନୋନୀତ ସଦସ୍ୟ ଏବଂ ୫୪୩ ଲୋକସଭାର ନିର୍ବାଚିତ ସଦସ୍ୟ ।

Vice Presidential election on September 9 Nomination process to begin today

କିନ୍ତୁ ରାଜ୍ୟସଭାରେ ୫ ଓ ଲୋକସଭାରେ ଗୋଟିଏ ଆସନ ଖାଲି ପଡ଼ିଛି । ତେଣୁ ଭୋଟ ଦେବେ ୭୮୨ ଜଣ । ଗତ ୨୧ ତାରିଖରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ । ୨୨ ତାରିଖରେ ରାଷ୍ଟ୍ରପତି ତାଙ୍କର ଇସ୍ତଫାପତ୍ରକୁ ଗ୍ରହଣ କରିଥିଲେ । ଏହା ପରେ ଖାଲି ପଡିଛି ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ । ୯ ତାରିଖରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି ।

ଆପଣଙ୍କୁ କହି ରଖୁଛୁ ଯେ, ଗତ ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଦେଇଥିଲେ । ହେଲେ ଏନଡିଏ ମେଣ୍ଟ ସମର୍ଥନରେ ପ୍ରାର୍ଥୀ ହୋଇଥିବା ଜଗଦୀପ ଧନଖଡ ବିଜୟୀ ହୋଇଥିଲେ । ଇଣ୍ଡିଆ ମେଣ୍ଟ ତରଫରୁ ମାର୍ଗେଟ୍ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଥିଲା । ଗତ ନିର୍ବାଚନରେ ଜଗଦୀପ ଧନଖଡଙ୍କୁ ୫୨୮ ଖଣ୍ଡ ଭୋଟ ମିଳିଥିବା ବେଳେ ମାର୍ଗେଟ୍ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+