ଓଡ଼ିଶାର ୪ ସମେତ ଦେଶର ମୋଟ୍‌ ୮୪ କଳାକାରଙ୍କୁ ‘ସଙ୍ଗୀତ ନାଟକ ଏକାଡେମି ଅମୃତ ପୁରସ୍କାର'

୪ ଓଡ଼ିଆ କଳାକାର ପାଇବେ 'ସଙ୍ଗୀତ ନାଟକ ଏକାଡେମି ଅମୃତ ପୁରସ୍କାର' । ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର 'ସଙ୍ଗୀତ ନାଟକ ଏକାଡେମି ଅମୃତ ପୁରସ୍କାର' ପାଇଁ ଦେଶର ମୋଟ୍‌ ୮୪ ଜଣ ବର୍ଷୀୟାନ କଳାକାରଙ୍କୁ ମନୋନୀତ କରାଯାଇଛି । ସେଥିରେ ଓଡ଼ିଶାର ୪ ଜଣ କଳାକାର ସାମିଲ ଅଛନ୍ତି ।

୪ ଜଣ ଓଡ଼ିଆ କଳାକାର ହେଲେ ୯୪ ବର୍ଷୀୟ ସିଦ୍ଧେଶ୍ବର ଦାଶ (ଛଉ ନୃତ୍ୟ), ୮୬ ବର୍ଷୀୟ ଅନନ୍ତ ମହାପାତ୍ର (ଥିଏଟର-ସାମଗ୍ରିକ ଅବଦାନ),୮୨ ବର୍ଷୀୟ ଆନନ୍ଦ ବାଗ (ଲୋକସଙ୍ଗୀତ -ବ୍ରହ୍ମା ବୀଣା) ଓ ୭୬ ବର୍ଷୀୟ ଗୋବିନ୍ଦ ଚନ୍ଦ୍ର ପାଲ (ଗୋଟିପୁଅ) । ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ।

ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ ଏହି ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀର 'ବିଜ୍ଞାନ ଭବନ'ରେ ହେବାକୁ ଥିବା ବିଶେଷ ଉତ୍ସବରେ କଳାକାରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ।

SANGEET_NATAK-AKADEMI_AMRIT_AWARDS

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ୭ ମାସ ତଳୁ ଅମୃତ ପୁରସ୍କାର ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସମୁଦାୟ ୫୦୦ ଆବେଦନରୁ ୮୪ ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ଜୀବନବ୍ୟାପୀ 'ପର୍‌ଫର୍‌ମିଙ୍ଗ୍‌ ଆର୍ଟ' ପ୍ରଦର୍ଶନ କରି ଏଯାବତ୍‌ କୌଣସି ଜାତୀୟ ସମ୍ମାନ ପାଇ ନ ଥିବା ୭୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ କଳାକାରମାନଙ୍କୁ 'ସ୍ବାଧୀନତାର ଅମୃତ ମହୋତ୍ସବ' ଅବସରରେ ଏହି ବିଶେଷ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ପାଇଁ ଚୟନ କରାଯାଇଥିବା ୮୪ ଜଣ ବର୍ଷୀୟାନ କଳାକାରଙ୍କ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରାଯିବ ବୋଲି ଏକାଡେମି ପକ୍ଷରୁ ଘୋଷଣା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+