ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ହେବେ ନିଯୁକ୍ତ; ଜୁଲାଇ ୫ ସୁଦ୍ଧା ଆବେଦନ

ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ୧୩ଟି ସରକାରୀ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଣେ ପ୍ରଫେସର ଏକାଥରେ ୧୩ଟି ଯାକ ବିଶ୍ବବିଦ୍ୟାଳୟ ପାଇଁ କ୍ରମାନ୍ବୟରେ ଆବେଦନ କରିପାରିବେ।

ଯେଉଁ ଯୋଗ୍ୟ ପ୍ରଫେସରମାନେ ଆବେଦନ କରିବେ ସେମାନଙ୍କ ବୟସ ୨୦୨୫ ଡିସେମ୍ବର ୧ ସୁଦ୍ଧା ୬୬ ବର୍ଷରୁ କମ୍‌ ହେଉଥିବା ଆବଶ୍ୟକ। ଆବେଦନକାରୀଙ୍କର ୧୦ ବର୍ଷର ପ୍ରଫେସର ଅଭିଜ୍ଞତା ଏବଂ ଯଥେଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଦକ୍ଷତା ରହିଥିବା ନିତ୍ୟାନ୍ତ ଆବଶ୍ୟକ।

ବିଶ୍ବବିଦ୍ୟାଳୟ ବ୍ୟତୀତ ଅନ୍ୟାନ୍ୟ ଗବେଷଣାଭିତ୍ତିକ ଅନୁଷ୍ଠାନରେ ଗବେଷକ ବା ବୈଜ୍ଞାନିକ ହିସାବରେ ୧୦ ବର୍ଷର ଅଭିଜ୍ଞତା ଓ ପ୍ରଫେସର ବର୍ଗର ସମାନ ପଦରେ ରହିଥିବେ। କୁଳପତି ଭାବେ ନିଯୁକ୍ତ ହେବା ପରେ ମାସିକ ୨ ଲକ୍ଷ ୧୦ ହଜାର ଟଙ୍କା ଦରମା ପାଇବେ। ଏହାସହ ମାସକୁ ୧୧ ହଜାର ୨୫୦ ଟଙ୍କାର ସ୍ବତନ୍ତ୍ର ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବି ମିଳିବ। କାର୍ଯ୍ୟରେ ଯୋଗଦେବାଠାରୁ କୁଳପତିଙ୍କର କାର୍ଯ୍ୟକାଳ ୪ ବର୍ଷ ହେବ, ନଚେତ୍‌ ୭୦ ବର୍ଷ ବୟସ ପର୍ଯ୍ୟନ୍ତ କୁଳପତି ପଦବିରେ ରହିପାରିବେ।

Vice Chancellors to be appointed i

ଜୁଲାଇ ୫ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ

ଆଗ୍ରହୀ ଯୋଗ୍ୟ ପ୍ରଫେସର୍‌ମାନେ 'www.dheodisha.gov.in' ରୁ ଆବେଦନ ଫର୍ମ ଡାଉନ୍‌ଲୋଡ କରି ଜୁଲାଇ ୫ ରାତି ୧୧ଟା ୫୫ ମିନିଟ୍‌ ସୁଦ୍ଧା ଆବେଦନ କରିପାରିବେ। ଏଥିସହ ଜୁଲାଇ ୧୦ ସୁଦ୍ଧା ସ୍ପିଡ୍‌ପୋଷ୍ଟ ମାଧ୍ୟମରେ ହାର୍ଡକପି ପହଞ୍ଚିବା ଆବଶ୍ୟକ। ଜୁଲାଇ ୧୫ ପରେ ଯେକୌଣସି ଫର୍ମାଟ୍‌ରେ ପହଞ୍ଚିଥିବା ଆବେଦନପତ୍ରକୁ ଗ୍ରହଣ କରାଯିବ ନାହିଁ। ଏକାଥରେ ୧୩ଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ହେଉଥିବାରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଗୋଟିଏ ଫର୍ମରେ ୧୩ଟି ବିଶ୍ବବିଦ୍ୟାଳୟ ପାଇଁ ଆଗ୍ରହୀ ପ୍ରଫେସର୍‌ମାନେ ଆବେଦନ କରିବେ। ଆବେଦନକାରୀ ପ୍ରାଥମିକତା ଦେଉଥିବା ବିଶ୍ବବିଦ୍ୟାଳୟକୁ ଆଗରେ ରଖିବେ। ତଳକୁ ତଳ ଅନ୍ୟ ବିଶ୍ବବିଦ୍ୟାଳୟ ନାମ ଲେଖିବେ। ତେବେ ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ଅଲଗା ଅଲଗା ସାକ୍ଷାତକାର ପରୀକ୍ଷାରେ ପ୍ରାର୍ଥୀଙ୍କୁ ଅଂଶଗ୍ରହଣ କରିବାକୁ ପଡ଼ିବ।

ଯଦି ଜଣେ ପ୍ରାର୍ଥୀ ଏକାଧିକ ଆବେଦନପତ୍ର ଦାଖଲ କରିଥାନ୍ତି ତେବେ ‌ଶେଷରେ ଯେଉଁ ଆବେଦନପତ୍ର ପହଞ୍ଚିଥିବ ତାହାକୁ ହିଁ ଗ୍ରହଣ କରାଯିବ ଏବଂ ଅନ୍ୟ ଆବେଦନପତ୍ରଗୁଡ଼ିକ ବାତିଲ ହୋଇଯିବ।

କୁଳପତି ପାଇଁ ସଂକ୍ଷିପ୍ତ ତାଲିକାରେ ରହିଥିବା ପ୍ରଫେସର୍‌ଙ୍କୁ ତିନିଜଣିଆ କୁଳପତି ଚୟନ କମିଟି ସାକ୍ଷାତକାର ନେବେ। ସ୍ଥାନ ଓ ସମୟ ସମ୍ପର୍କରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ। ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରେଭେନ୍ସା, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ, ବିକ୍ରମଦେବ ବିଶ୍ବବିଦ୍ୟାଳୟ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଓ ମା' ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି ପାଇଁ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+