କାଶୀପୁରେ ଭିବ୍ରିଓ କଲେରା ରୁପ ନେଇଛି ଡାଇରିଆ
Cholera Back In odisha's Rayagada ,Vibrio Cholera was Detected In Kashipur ,କାଶୀପୁରେ ଭିବ୍ରିଓ କଲେରା ରୁପ ନେଇଛି ଡାଇରିଆ
ରାୟଗଡ଼ା:କାଶୀପୁରେ ଭିବ୍ରିଓ କଲେରା ରୁପ ନେଇଛି ଡାଇରିଆ ।ଗତ ୧୦ ଦିନ ଧରି ବ୍ୟାପିଥିବା ଝାଡାବାନ୍ତି ଏବେ ହଇଜାରରେ ପରିଣତ ହୋଇଛି ଯାହାର ସୂଚନା ଦେଇଛନ୍ତି ରାୟଗଡା ଜଲ୍ଲାପାଳ ସ୍ୱଧା ଦେବ ସିଂ ।ରୋଗୀଙ୍କ ରୋଗୀଙ୍କ ମଳ ନମୂନା ସଂଗ୍ରହ କରି ପରୀକ୍ଷା ପରେ ଏଥିରେ ଭିବ୍ରୋ କଲେରା ଚିହ୍ନଟ ହୋଇଛି । ତେବେ ୧୦ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୭ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଏବେ ମଧ୍ୟ ଅନେକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚସେଣ୍ଟରର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ କାଶୀପୁର ପହଁଚି ପ୍ରଭାବିତ ଅଞ୍ଚଳରେ ଅନୁଧ୍ୟାନ କରୁଛନ୍ତି ।

ନଦୀ ,ନାଳ,ପୋଖରୀ ,କୂଳ ସମେତ ଅନ୍ୟାନ୍ୟ ଜଳ ଉତ୍ସ ଦୂଷିତ ହୋଇଥିବାରୁ ଏହାର ବ୍ୟବାହାର ମଧ୍ୟ ବନ୍ଦ କରିଛନ୍ତିଜିଲ୍ଲାପାଳ ।ଯାହାର ଏବେ ବିଶୋଧନ ଚାଲି । ସମ୍ପୃକ୍ତ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି ଯାହାକ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସ୍ୱଧା ଦେବ ସିଂ । ବର୍ତ୍ତମାନ ୭୨ ଜଣ ଆକ୍ରାନ୍ତ କାଶୀପୁର, ଟିକିରି, ରାୟଗଡ଼ା ଓ କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୨୪ ଜଣ ସୁସ୍ଥ ହୋଇସାରିଲେଣି ।କାଶୀପୁରର ୭ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କରାଯିବା ସହ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।ସେହିପରି ଉଷାପଡାସ୍ଥିତ ଉତ୍କଳ ହସ୍ପିଟାଲରେ ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଝାଡାବାନ୍ତି ୱାର୍ଡ ପ୍ରସ୍ତୁତ କରାଯାଇଛି ।

୨୦୦୭ରେ କାଶୀପୁରରେ ବ୍ୟାପିଥିବା କଲେରାରେ ଅନେକଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି କଲେରା ଆତଙ୍କ ଯଦି ବର୍ଷା ଲାଗି ରହେ ତେବେ ରାୟଗଡା , କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପ୍ରତି ବିପଦ ବଢିପରେ ବୋଲି କହିଛନ୍ତି ଆରଏମଆରସି ଟିମ୍ ମୁଖ୍ୟ ଡାକ୍ତର ବିଭୁତି ଭୂଷଣ ପାଳ












Click it and Unblock the Notifications