କାଶୀପୁର ଝାଡ଼ାବାନ୍ତି ନେଇଛି ହଇଜାର ରୂପ, କଲେରା ତୁଳନାରେ ମୃତ୍ୟୁ ସମ୍ଭାବନା ଅଧିକ

କାଶୀପୁର ଅଞ୍ଚଳରେ ହଇଜା ଜୀବାଣୁ ଚିହ୍ନଟ ହୋଇଛି । ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କାଶୀପୁରରେ ଚିହ୍ନଟ ହୋଇଛି ଭିବ୍ରିଓ କଲେରା ।

ରାୟଗଡ଼ା: ସ୍ଥାନୀୟ କାଶୀପୁର ଅଞ୍ଚଳରେ ହଇଜା ଜୀବାଣୁ ଚିହ୍ନଟ ହୋଇଛି । ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କାଶୀପୁରରେ ଚିହ୍ନଟ ହୋଇଛି ଭିବ୍ରିଓ କଲେରା । ୧୦ ଜଣଙ୍କ ଠାରୁ ସଂଗୃହୀତ ମଳ ନମୁନା ମଧ୍ୟରୁ ୩ ଟିରେ ଭିବ୍ରିଓ କଲେରା ଭୂତାଣୁ ଥିବା ଜଣାପଡିଛି ।

Rayagada

କାଶୀପୁର, ଟିକିରି ଓ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ବର୍ତମାନ ଚିକିତ୍ସା ଚାଲିଛି । ଆକ୍ରାନ୍ତଙ୍କ ନମୂନା ଆରଏମଆରସିକୁ ପଠାଯାଇଥିଲା । ସେପଟେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ଦୂଷିତ ପାଣି ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଂପୃକ୍ତ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । ନଦୀ , ନାଳ , ପୋଖରୀ , କୂଅ , ନଳକୂପ ସମେତ ଦୈନନ୍ଦିନ ବ୍ୟବହାର ଜଳ ଉତ୍ସକୁ ବ୍ୟବହାର କରିବା ପାଇଁ ବାରଣ କରିଛି ଜିଲ୍ଲା ପ୍ରଶାସନ।

ଜାରି ହେଲା ହେଲପ୍ ଲାଇନ୍ ନମ୍ବର

ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୯୪୩୭୪୪୮୭୪୭ ନମ୍ବର ହେଲପ ଡେସ୍କ ନମ୍ବର ଜାରି କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କାଶୀପୁରା ସମସ୍ତ ୭ ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ବେଳେ ଉଷାପଡାସ୍ଥିତ ଉତ୍କଳ ହସ୍ପିଟାଲରେ ୫୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ୱାର୍ଡ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ପାଇଁ ମହଜୁଦ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୭୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ଝାଡାବାନ୍ତିରେ ୭ ଜଣ ପ୍ରାଣ ହରାଇଛନ୍ତି । ୨୦୦୭ ମସିହାରେ କାଶିପୁର ଅଞ୍ଚଳରେ ହଇଜାରେ ୮୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ତେଣୁ ପ୍ରଶାସନ ପକ୍ଷରୁ ମୃତ୍ୟୁ ସଂଖ୍ୟା ରୋକିବା ଉପରେ ଜୋର ଦିଆଯାଉଛି ।

Rayagada

ରାୟଗଡାରେ ଆରଏମଆରସିର ଟିମ୍

ଭିବ୍ରିଓ କଲେରା ଭୂତାଣୁ ଚିହ୍ନଟ ପରେ ଏହାର ସ୍ଥାୟୀ ନିରାକରଣ ପାଇଁ ଭୁବନେଶ୍ବରରୁ ଆରଏମଆରସିର ବରିଷ୍ଠ ବୈଜ୍ଞାନିକ ବିଭୂତି ଭୂଷଣ ପାଲଙ୍କ ନେତୃତ୍ବରେ ଏକ ଟିମ୍ କାଶୀପୁରରେ ପହଞ୍ଚି ପ୍ରଭାବିତ ଗ୍ରାମ ସମେତ ଅନ୍ୟ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସନ୍ଦେହ ପରିସରକୁ ଆସୁଥିବା ସ୍ଥାନରୁ ନମୁନା ସଂଗ୍ରହ କରି ଅନୁଧ୍ୟାନ ଜାରି ରଖିଛନ୍ତି। ରବିବାର କୋରାପୁଟ ମେଡ଼ିକାଲ୍ କଲେଜର ବିଶେଷଜ୍ଞ ଟିମ୍ ମଧ୍ୟ ଟିକିରି, ଡଙ୍ଗାସିଲ୍, ଦୁଡୁକାବାହଲ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭିବ୍ରିଓ କଲେରା ଭୂତାଣୁ ଦ୍ବାରା ଜଳ ସଂକ୍ରମିତ ହୋଇଥିବାରୁ ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ନେଇ ସ୍ବାସ୍ଥ୍ୟ ବିଭାଗ ଅନୁମାନ କରିଛି। ପୂର୍ବ ଥର ଭଳି ସ୍ଥିତି ମୁକାବିଲା ପାଇଁ ଅତି କମରେ ୩ ମାସ ଲାଗିବ ବୋଲି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି।

ଆରଏମଆରସି ଟିମ୍‌ ମୁଖ୍ୟ ଡାକ୍ତର ବିଭୁତି ଭୂଷଣ ପାଳ କହିଛନ୍ତି, ଏହା ପୂର୍ବରୁ ରାୟଗଡା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାରେ ହଇଜା ବ୍ୟାପିଥିଲା । ବର୍ତ୍ତମାନ ପୁଣି ଠାରେ କଲେରା ଜୀବାଣୁ ଚିହ୍ନଟ ପରେ ଯଦି ବର୍ଷା ଲାଗି ରହେ ତେବେ ରାୟଗଡା , କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପ୍ରତି ବିପଦ ସୃଷ୍ଟି କରିବ। ବିଶେଷ କରି କୋରାପୁଟ ଜିଲ୍ଲାର ଦଶମନ୍ତପୁର , ଲକ୍ଷ୍ମୀପୁର , ରାୟଗଡା ଜିଲ୍ଲାର କାଶୀପୁର , କଲ୍ୟାଣସିଂପୁର , କୋରାନରା , ବିଷମକଟକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଆଞ୍ଚଲ ପ୍ରତି ବିପଦ ଥିବା ଡା. ପାଲ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୦୭ରେ ଚିହ୍ନଟ ହୋଇଥିବା ଭିବ୍ରିଓ କଲେରା ଭୂତାଣୁ ସମସ୍ତ ଗାଁକୁ ମାଡ଼ିବା ସହ ଶତାଧିକଙ୍କୁ ଆକ୍ରାନ୍ତ କରିଥିଲା। ୭୦ରୁ ଉର୍ଧ୍ବଙ୍କ ମୃତ୍ୟୁ ହୋଇଥିଲା। ୨୦୧୦ରେ ମଧ୍ୟ ୩୦ ଜଣଙ୍କ ଜୀବନ ନେଇଥିଲା। ପୂର୍ବ ଅପେକ୍ଷା ପ୍ରଶାସନ ଅଧିକ ତତ୍ପର ହେବା ସହ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିଥିବାରୁ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+