ପରୋଲୋକରେ ଉତ୍ତମ ମହାନ୍ତି: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
Uttam Mohanty Death: ପରୋଲୋକରେ ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଲିଭର ସିରୋସିସ ରୋଗରେ ପୀଡିତ ହେବା ପରେ ତାଙ୍କୁ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଅଭିନେତା ମୃତ୍ୟୁ ପରେ ଓଲିଉଡ ଇଣ୍ତଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି ।
ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଏକ୍ସରେ ଏକ ପୋଷ୍ଟ ସେୟାର କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶା କଳା ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ଅଭିନୟର ଛାର ତାଙ୍କୁ ଦର୍ଶକଙ୍କ ହୃଦୟରେ ଅମର ରଖିବ । ଓଡ଼ିଶା ସିନେ ଜଗତର ଧ୍ରୁବ ତାରା, ଅପ୍ରତିଦ୍ୱନ୍ଦୀ ନାୟକ ଉତ୍ତମ ।

ସେହିପରି ଅଭିନେତାଙ୍କ ବିୟୋଗରେ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି ଏକ୍ସରେ ଏକ ପୋଷ୍ଟ ସୟାର କରି ଲେଖିଛନ୍ତି । ଓଡ଼ିଶାବାସୀଙ୍କ ହୃଦୟରେ ସେ ଚିରକାଳ ଅମର ହୋଇ ରହିବେ ବୋଲି ଲେଖିଛନ୍ତି ମନମୋହନ ।












Click it and Unblock the Notifications