ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର
ଭୁବନେଶ୍ଵର: ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସମାଜ'ର ସମ୍ପାଦକ ଭାବେ ଶ୍ରୀ ମିଶ୍ର କାମ କରିଥିଲେ । ସମାଜରୁ ଅବସର ପରେ ଫିଚର ପତ୍ରିକା ଆମ ସମୟର ପ୍ରତିନିଧି ର ସମ୍ପାଦକ ଥିଲେ l
ସେ "ଅନୁପମ ଭାରତ'ର ପ୍ରତିଷ୍ଠାତା ସମ୍ପାଦକ ଥିଲେ । କଟକରେ Eastern Times group ରୁ ଆରମ୍ଭ ହୋଇଥିଲା ତାଙ୍କର ସାମ୍ବାଦିକତା ଜୀବନ । ସମ୍ବାଦ ଖବରକାଗଜ ଆରମ୍ଭ ବେଳେ ସେ ଥିଲେ ଏହାର ବାର୍ତ୍ତା ସମ୍ପାଦକ ।
ସମାଜରୁ ଅବସର ପରେ ଫିଚର ପତ୍ରିକା ଆମ ସମୟର ପ୍ରତିନିଧିର ସମ୍ପାଦକ ଥିଲେ । ୧୯୩୬ରେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ସେ ଜନ୍ମ ଗ୍ରହଣ କରିଥିଲେ ।

ଇଂରାଜୀ, ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ତାଙ୍କର ବେଶ ପାରଦର୍ଶିତା ରହିଥିଲା । ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି। କୋଲକାତାରୁ ପ୍ରକାଶିତ ଅମୃତ ବଜାର ପତ୍ରିକା ପାଇଁ ସେ ଦୀର୍ଘ ଦିନ ଧରି କାମ କରୁଥିଲେ ।
କୋଲକାତାରୁ ପ୍ରକାଶିତ ଅମୃତ ବଜାର ପତ୍ରିକା ପାଇଁ ସେ ଦୀର୍ଘ ଦିନ ଧରି କାମ କରୁଥିଲେ । ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି ।












Click it and Unblock the Notifications