୧ରୁ କଡ଼ାକଡ଼ି ହେବ ପେଟ୍ରୋଲ ପମ୍ପରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ନିୟମ, ବିରୋଧ ପରେ ନିୟମ କୋହଳ
ଗାଡ଼ିରେ ପେଟ୍ରୋଲ, ଡିଜେଲ ଭରିବା ପାଇଁ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ ନେଇ ପରିବହନ ବିଭାଗର ରାତିଅଧିଆ ନିର୍ଦେଶନାମା ପ୍ରସଙ୍ଗରେ ଜନସାଧାରଣଙ୍କ ମଧ୍ୟରେ ରୋଷ ବଢ଼ିଥିବା ବେଳେ ଏହାକୁ ନେଇ କିଛିଟା କୋହଳ ମନୋଭାବ ପୋଷଣ କରିଛି ବିଭାଗ। ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଇନ୍ଧନ ମନା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଅଳ୍ପ ଦିନ ମଧ୍ୟରେ ଯେଉଁମାନଙ୍କର ପ୍ରଦୂଷଣ ଜୋରିମାନା ଆସିଥିବ ତାକୁ ଅଣଦେଖା କରାଯିବ ବୋଲି ପରିବହନ ଆୟୁକ୍ତ ସ୍ପଷ୍ଟ କରିଛନ୍ତି।

ପ୍ରକାଶଯୋଗ୍ୟ, ୨୦ ତାରିଖରେ ପରିବହନ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମାରେ ଇନ୍ଧନ ଭରିବା ପାଇଁ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ସକାଳୁ ପେଟ୍ରୋଲ ପକାଇବା କଷ୍ଟକର ଥିଲା। ଏପରିସ୍ଥଳେ ପ୍ରଦୂଷଣ ପରୀକ୍ଷାକେନ୍ଦ୍ରରେ ଲୋକଙ୍କ ଗହଳି ଆରମ୍ଭ ହୋଇଥିଲା। ତେବେ ବଡ଼ କଥା ହେଉଛି, ପ୍ରଦୂଷଣ ଜୋରିମାନା ପାଇବାର ୭ ଦିନ ଭିତରେ ପ୍ରମାଣପତ୍ର କରାଇ ନେଉଥିବା ଲୋକଙ୍କୁ ନିୟମ ଅନୁସାରେ ଜୋରିମାନାରୁ ଛାଡ଼ କରାଯାଉ ନାହିଁ। କାରଣ ୱେବ୍ସାଇଟରେ ସମସ୍ୟା ହେତୁ ସେମାନେ ପ୍ରମାଣପତ୍ର ଅପଲୋଡ କରିପାରୁ ନାହାନ୍ତି। ଫଳରେ ୧୦ ହଜାର ଟଙ୍କା ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି। ଏନେଇ ସୋମବାର 'ସମାଜ'ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ବୈଠକରେ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଇଣ୍ଡିଆନ୍ ଅଏଲ ସିଜିଏମ୍ କମଲ୍ ଶିଲ୍, ଏଚପିସିଏଲ୍ରୁ ସି.ଆର୍ ବିଜୟ କୁମାର, ଉତ୍କଳ ପେଟ୍ରୋଲିୟମ ଡିଲର୍ ଆସୋସିଏସନ୍ ସଞ୍ଜୟ ଲାଠ୍ ପ୍ରମୁଖ ଯୋଗ ଦେଇଥିଲେ।












Click it and Unblock the Notifications