ଜାନୁଆରୀ ୧ରୁ ଗାଡ଼ି ଚେକିଂ କଡ଼ାକଡ଼ି
ଜାନୁଆରୀ ୧ ତାରିଖରୁ ହେବ ଜୋରଦାର ଗାଡ଼ି ଚେକିଂ।ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଇନ୍ଧନ ମନା ପ୍ରସଙ୍ଗ । ତୈଳ କମ୍ପାନୀ, ଡିଲର ଆସୋସିଏସନ ସହ ପରିବହନ ବିଭାଗର ବୈଠକ । ଏଥିରେ ଜାନୁଆରୀ ପହିଲାରୁ ଚେକିଂ କଡା କଡି କରିବାକୁ ନିଷ୍ପତି ନିଆଯାଇଛି ।ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟ ରଖିଛି ପରିବହନ ବିଭାଗ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତେ ସହଯୋଗ କରିବାକୁ ବିଭାଗ ନିବେଦନ କରିଛି ।
ସୂଚନା ଦେଲେ ପରିବହନ କମିଶନର ଅମିତାଭ ଠାକୁର। ସୂଚନା ଦେଇ ସେ କହିଛନ୍ତି ଯେ ଏମଭିଆଇ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।

ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣା ହେବନି। ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା କରିଛୁ। ପିୟୁସି ସାର୍ଟିଫିକେଟ ବାବଦରେ ଆଉଟଲେଟ୍ରେ ଲେଖିବାକୁ କହିଛୁ। ପିୟୁସି କରାଇବାକୁ ସେମାନେ ଆଉଟ୍ଲେଟ୍ରେ ଲେଖିବେ। ଏବେବି ସମୟ ଅଛି, ପିୟୁସି ସାର୍ଟିଫିକେଟ କରାଇ ନିଅନ୍ତୁ।












Click it and Unblock the Notifications